ବରଗଡ଼ରେ ବ୍ୟାଙ୍କ ଲୁଟ୍ : ରୁଚିଦା ଷ୍ଟେଟ୍ ବ୍ୟାଙ୍କରୁ ପ୍ରାୟ ୧ କୋଟିର ଗହଣା ,ନଗଦ ୧୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

17

ବରଗଡ଼ : ବଗରଗଡ଼ରେ ବ୍ୟାଙ୍କ ଲୁଟ୍ । ରୁଚିଦା ଷ୍ଟେଟ୍ ବ୍ୟାଙ୍କରୁ ପ୍ରାୟ ୧ କୋଟିର ଗହଣା ଏବଂ ନଗଦ ୧୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ଗତକାଲି ପ୍ରାୟ ଅଢ଼େଇଟା ବେଳେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ ଭିତରେ ପଶିଥିଲେ । ପ୍ରଥମେ ବନ୍ଧକୁ ମୁନରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନଙ୍କୁ କୋଟିଏ କୋଠରୀରେ ବନ୍ଦ କରିବା ପରେ ଲକରରୁ ଜମା ଟଙ୍କା ଓ ଗହଣା ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ ଟିମ୍ ପହଂଚି ଛାନବିନ୍ ଆରମ୍ଭ କରିଛି । ତେବେ ଲୁଟ୍ ପରେ ଡକାୟତମାନେ ଛତିଶଗଡ଼ ଅଭିମୁଖେ ଯାଇଥିବା ପୁଲିସ ଅନୁମାନ କରୁଥିବାରୁ ବିଭିନ୍ନ ଥାନାକୁ ଏନେଇ ସୂଚାଇ ଦିଆଯାଇଛି ।