ଇତିହାସ ରଚିଲା ବାରାକ୍ ଓବାମାଙ୍କ ଗୋଟିଏ ଟୁଇଟ୍ !

42

ଇତିହାସ ରଚିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଏକ ଟୁଇଟ୍ । ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଲାଇକ୍ ହୋଇଥିବା ଟୁଇଟ୍ ପାଲଟିଛି ବାରାକ୍ ଓବାମାଙ୍କ ଟୁଇଟ୍ । ୧୩ ଅଗଷ୍ଟରେ ବର୍ଜିନିଆରେ ହୋଇଥିବା ଆକ୍ରମଣ ପରେ ସେ ଏହି ଟୁଇଟ୍ କରିଥିଲେ । ଓବମାଙ୍କ ଏହି ଟୁଇଟକୁ ବର୍ତ୍ତମାନ ସୁଦ୍ଧା ୨୮ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି । ଯାହା ଟୁଇଟ୍ ଜଗତରେ ଏକ ଝଡ଼ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓବାମା ଏହି ଟୁଇଟ୍ ସହ ନେଲସନ୍ ମଣ୍ଡେଲାଙ୍କ ତିନିଟି ବକ୍ତବ୍ୟ ଏବଂ ଏକ ଫଟୋ ମଧ୍ୟ ରଖିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଓବାମା ଏକ ଡେ କେୟାର୍ ସେଣ୍ଟରର ଝରକାରେ ବାହାରକୁ ଚାହିଁଥିବା କିଛି ପିଲାଙ୍କ ଦେଖି ହସୁଛନ୍ତି । ଆଉ ଏହି ପିଲାମାନେ ହେଉଛନ୍ତି ଭିନ୍ନ ଭିନ୍ନ ପରିବାରର , ଯେଉଁମାନେ ଓବାମାଙ୍କୁ ଦେଖି ମଧ୍ୟ ଖୁସି ହେଉଥିବାର ନଜର ଆସିଛନ୍ତି । ଏହି ଫଟୋଟି ୨୦୧୧ର ଯେତେବେଳେ ଓବାମା ମେରିଲାଣ୍ଡର ଏକ ଡେ କେୟାର୍ ସେଣ୍ଟର୍ ଯାଇଥିଲେ ।

ଟୁଇଟ୍ ତଳେ ନେଲସନ୍ ମଣ୍ଡେଲାଙ୍କ ଆତ୍ମକଥା ‘ ଲଙ୍ଗ୍ ୱାକ୍ ଟୁ ଫ୍ରିଡମ୍’ ର ଏକ ପାରାଗ୍ରାଫ୍ ମଧ୍ୟ ଲେଖି ପୋଷ୍ଟ୍ କରିଛନ୍ତି ଓବାମା । କହିଛନ୍ତି, ‘କେହି ବି ଅନ୍ୟ କୌଣସି ବ୍ୟକ୍ତିଙ୍କ ତ୍ୱଚାର ରଙ୍ଗ କିମ୍ବା ତାର ପିଢୀ କିମ୍ବା ତାର ଧର୍ମକୁ ଘୃଣା କରି ଜନ୍ମ ହୋଇନଥାଏ । ଲୋକଙ୍କୁ ଘୃଣା କରିବା ଶିଖାଇବା ଉଚିତ୍ , ଆଉ ଯଦି ସେ ଶିଖିଯାଉଛି ତେବେ ସେମାନଙ୍କୁ ପ୍ରେମ କରିବା ମଧ୍ୟ ଶିଖାଯାଇପାରିବ । ମଣିଷ ହୃଦୟରେ ପ୍ରେମ ଆପେ ଆପେ ଆସିଯାଏ ।’