ଦିନକ ପରେ ବାରବାଟୀ ଦିନିକିଆ : ଆଜି ବି ଟିକେଟ୍ କାଉଂଟର ଆଗରେ ଲମ୍ବା ଲାଇନ୍

18

କନକ ବ୍ୟୁରୋ : ଆଉ ଦିନକ ପରେ ବାରବାଟୀ ଦିନିକିଆ । ପୁଣେ ଦିନିକିଆରେ ବିରାଟ ବାହିନୀଙ୍କ ଦମଦାର  ବିଜୟ ପରେ ଏବେ ବାରବାଟୀ ଉପରେ ସମସ୍ତଙ୍କ ନଜର । ଏହି ମ୍ୟାଚ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଏଥିପାଇଁ ଓସିଏ ପକ୍ଷରୁ ଟିକଟ ବିକ୍ରି କରାଯାଉଛି ।

ଗତକାଲିଠାରୁ ସାଧାରଣ ଲୋକଙ୍କ ପାଇଁ ଟିକେଟ ବିକ୍ରି ହେଉଛି । ୩ଟି କାଉଂଟରରେ ଟିକେଟ ବିକ୍ରି କରାଯାଉଛି । ଟିକେଟ କିଣିବା ପାଇଁ ବାରବାଟୀର ଟିକଟ କାଉଂଟର ଆଗରେ ଲମ୍ବାଧାଡି ଦେଖିବା ମିଳିଛି । ଇଂଲଣ୍ଡ-ଇଣ୍ଡିଆ ବାରବାଟୀ ଲଢେଇ ଦେଖିବା ପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି । ଆସନ୍ତା ୧୯ ତାରିଖକୁ ସମସ୍ତେ ଅପେକ୍ଷା କରିଛନ୍ତି । ଆସନ୍ତାକାଲି ଉଭୟ ଦଳର ଖେଳାଳି ଭୁବନେଶ୍ୱରରେ ପହଂଚିବେ ।