ଜାନୁଆରୀ ୧୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ : ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି

50

କନକ ବ୍ୟୁରୋ : ୨୦୧୭ ଜାନୁଆରୀ ୧୯ରେ ହେବାକୁ ଥିବା ବାରବାଟୀ ମ୍ୟାଚକୁ ନେଇ ପ୍ରସ୍ତୁତି । ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା କ୍ରିକେଟ ଆସୋସିଏସନ୍। ଖେଳ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ ଆଜି ପୁଲିସ କମିସନର ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା କରିଛି ଓସିଏ । ଆଲୋଚନାରେ ଟିମ୍ ଇଂଲଣ୍ଡର ଅଫିସିଆଲ ମଧ୍ୟ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମରେ ଲାଗିଥିବା ନେଟର ଉଚ୍ଚତା ବଢିବ । ଏହାସହ ସିଟ୍ ସଂଖ୍ୟା ୪୫ ହଜାରରୁ ୪୧ ହଜାରକୁ ହ୍ରାସ କରାଯିବ । ଷ୍ଟାଡିୟମ ଭିତରକୁ କେହି ପାଣି ବୋତଲ କି କୌଣସି ବୋତଲ ନେଇ ପାରିବେ ନାହିଁ । ସୁରକ୍ଷା ବ୍ୟବସ୍ଥା ବଢାଇବା ନେଇ ସିସିଟିଭି ସଂଖ୍ୟା ବଢିବ।