ବାରବାଟୀକୁ ଦିନିକିଆ ମିଳିବା ପରେ ଉତ୍ସାହିତ ଓସିଏ : ବିଶୃଙ୍ଖଳା ରୋକିବାକୁ ଗ୍ୟାଲେରୀ ସିଟର ହେବ ନମ୍ବରିଂ

15

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସିଏକୁ ପୁଣି ମିଳିଛି ଏକଦିବସୀୟ ମ୍ୟାଚର ଆୟୋଜନ ଦାୟିତ୍ୱ । ଆସନ୍ତା ଜାନୁୟାରୀ ୧୫ରେ ବାରବାଟୀରେ ଏକଦିବସୀୟ ମ୍ୟାଚ ଖେଳାଯିବ । ଓସିଏ ସଂପାଦକ ଆର୍ଶୀବାଦ ବେହେରା କହିଛନ୍ତି ଏଥର ଗ୍ୟାଲେରୀରେ ସିଟ୍ ନମ୍ବରିଂର ବ୍ୟାବସ୍ଥା କରାଯିବ । ଯାହାଦ୍ୱାରା ଟିକେଟ୍ ନ ଥିବା ଲୋକ ଅଯଥାରେ ପଶି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ । ସେହିପରି ବୋତଲ ଫିଙ୍ଗା ଘଟଣାର ପୁନରାବୃତି ଘଟଣା ନ ଘଟିବା ପାଇଁ ଓସିଏ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଓସିଏ ସଂପାଦକ କହିଛନ୍ତି।