ବିନା ଅନୁମତିରେ ବେଧଡକ ଚାଲିଛି ବାର ଡ୍ୟାନ୍ସ : ରେଡ୍ ପରେ ବାର ଲାଇସେନ୍ସ ରଦ୍ଦ ପାଇଁ ଯୋଜନା

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀର ହୋଟେଲରେ ନାଚିବେ ବାର୍ ଡ୍ୟାନ୍ସର୍ । ନିଝୁମ୍ ରାତିରେ ଠୁମକା ଲଗାଇବେ ଡ୍ୟାନ୍ସର୍ । ଆଉ କିଛି ଟଙ୍କା ବିନିମୟରେ ବିଭୋର ହେବେ ଗ୍ରାହକ । ହାଇଟେକ୍ ସିଟିରେ ଏହି ଅନୁମତିକୁ ଅପେକ୍ଷା କରି ରହିଛନ୍ତି ଅନେକ ହୋଟେଲ ମାଲିକ । ଏଥିପାଇଁ ବି ଚାଲିଛି ଆଇନର ଯୁଦ୍ଧ । ହେଲେ ବିନା ଅନୁମତିରେ ଲୁକା ଛପାରେ ଅନେକ ହୋଟେଲରେ ଚାଲିଛି ବାର୍ ଡ୍ୟାନ୍ସ । ଚିକମିକ୍ ଆଲୁଅରେ ଉଡୁଛି ବିଡା ବିଡା ଟଙ୍କା ।

ଗତକାଲି ହୋଟେଲ୍ ସୋଲାନ୍ ଇନରେ ରେଡ କରି କମିଶନରେଟ୍ ପୁଲିସ୍ ଉଦ୍ଧାର କରିଛି ୭ ଜଣ ବାର୍ ଡ୍ୟାନ୍ସରଙ୍କୁ । ଆଉ ଏହା ପରେ ସେହି ହୋଟେଲର ବାର୍ ଲାଇସେନ୍ସ ରଦ୍ଦ କରିବାକୁ ପୁଲିସ୍ ଅବକାରୀ କମିଶନଙ୍କୁ ଚିଠି ଲେଖିଛି। ସେପଟେ ଅନ୍ୟ ଏକ ହେଟେଲକୁ ବେଶ୍ୟାଳୟ ଘୋଷଣା କରିବା ସହ ସିଲ୍ କରିବାକୁ ମଧ୍ୟ ସଜବାଜ ହେଉଛି ପୁଲିସ୍ ।

ପୂଜା ମାହୋଲରେ ରାଜଧାନୀ ଚମକିବ । ଆଉ ମଉଜ ନାଁରେ ବିଭିନ୍ନ ଛୋଟବଡ ହୋଟେଲ୍ ଓ ଗେଷ୍ଟ ହାଉସରେ ଜମିବ ଦେହ ବେପାର । ଏହାକୁ ରୋକିବାକୁ ଏବେ କମିଶନରେଟ୍ ପୁଲିସ୍ ଆରମ୍ଭ କରିଛି ସ୍ପେଶାଲ୍ ଡ୍ରାଇଭ୍।