ଓକିଲଙ୍କୁ ପୁଲିସର ଦୁର୍ବ୍ୟବହାର ପ୍ରତିବାଦ : ଆଜି ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ୧୨ ଘଂଟିଆ କୋରାପୁଟ ବନ୍ଦ

29

କୋରାପୁଟ : ଆଜି ୧୨ ଘଂଟିଆ କୋରାପୁଟ ବନ୍ଦ । ଓକିଲଙ୍କୁ ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ ତାତିଛି ଜିଲ୍ଲା ବାର ଆସୋସିଏସନ । ବାର ଆସୋସିଏସନ ପକ୍ଷରୁ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ବାହୁଡା ଯାତ୍ରା ଦିନ ଓକିଲ ବିବେକ ରଂଜନ ସେଠୀଙ୍କୁ କୋରାପୁଟ ଥାନା ଏଏସଆଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଓଳିଲଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ବାର ଆସୋସିଏସନ ପକ୍ଷରୁ ଏତଲା ଦିଆଯାଇଥିଲା । ଏହାର ପ୍ରତିବାଦରେ ଗତ ଶୁକ୍ରବାରଠାରୁ କୋରାପୁଟ କୋର୍ଟ ବନ୍ଦ ରହିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ବାର ଆସୋସିଏସନ ପକ୍ଷରୁ କୋରାପୁଟ ବନ୍ଦ ଡାକରା ଦିଆଯାଇଛି ।