ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣା : ସଂପୃକ୍ତ ଗ୍ୟାଙ୍ଗକୁ ପୂର୍ବ ଭାରତର ୪ଟି ରାଜ୍ୟରେ ମୋଷ୍ଟ ୱାଂଟେଡ୍ ଘୋଷଣା

14

କନକ ବ୍ୟୁରୋ : ଭୁବନେଶ୍ୱର ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ମିଳିଲା ଗୁରୁତ୍ୱପୂର୍ଣ ସୂଚନା । ଏହି ଡକାୟତିରେ ସଂପୃକ୍ତ ଗ୍ୟାଙ୍ଗ ବାହାର ରାଜ୍ୟର ବୋଲି ଜଣା ପଡିଛି । ସଂପୃକ୍ତ ଡକାୟତ ଗ୍ୟାଙ୍ଗ ପୂର୍ବ ଭାରତରେ ମୋଷ୍ଟ ୱାଂଟେଡ୍ ଥିବା ଜଣା ପଡିଛି ।

ଏହି ଗ୍ୟାଙ୍ଗ ୨୦ରୁ ଅଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ମଧ୍ୟ ସୂଚନା ମିଳିଛି । ବିହାର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡରେ ଏହି ଗ୍ୟାଙ୍ଗକୁ ମୋଷ୍ଟ ୱାଂଟେଡ୍ ଘୋଷଣା କରାଯାଇଛି । ସଂପୃକ୍ତ ଡକାୟତ ଗ୍ୟାଙ୍ଗକୁ ଧରିବାକୁ ପୋଲିସର ଉଦ୍ୟମ ଅବ୍ୟାହତ ରହିଛି ଏବଂ ୪ଟି ରାଜ୍ୟର ପୋଲିସ ମଧ୍ୟ ଏହି ଗ୍ୟାଙ୍ଗକୁ ଧରିବାକୁ ଡେରା ପକାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି. ଖୁରାନିଆ ।