ରେଡିଓ ଚକଲେଟ୍ ଷ୍ଟୁଡିଓରେ ଗାନ୍ଧିଜୀ ! ଶ୍ରୋତାଙ୍କ ପାଇଁ ରେଡିଓ ଚକଲେଟ୍ ଭେଟି ଦେଇଛି ଏକ ଭିନ୍ନ କାର୍ଯ୍ୟକ୍ରମ ‘ବାପୁ ହେ’ ।

65

କନକ ବ୍ୟୁରୋ: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀର ମହାପର୍ବକୁ ଓଡିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍ ଏକ ନିଆରା ଢଙ୍ଗରେ ପାଳନ କରିଛି । ଗାନ୍ଧୀଙ୍କ ଜୀବନର ଅନେକ ଅଜଣା କଥାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ଦେବାପାଇଁ ରେଡିଓ ଚକଲେଟ୍ କରିଛି ଏକ ନିଆରା ପ୍ରୟାସ । ଏକ ବିଶେଷ କାର୍ଯ୍ୟକ୍ରମ ‘ବାପୁ ହେ’ ମାଧ୍ୟମରେ ଅତି ସୁନ୍ଦର ଶୈଳୀରେ ସାରାଦିନ ଉପସ୍ଥାପିତ କରିଥିଲା ଓଡିଶାର ନମ୍ବର ୱାନ୍ ରେଡିଓ ଚକଲେଟ୍ ୧୦୪ ଏଫଏମ୍  ।

କାର୍ଯ୍ୟକ୍ରମ ପାଇଁ ତଥ୍ୟ ଉପସ୍ଥାପନାର ଦାୟିତ୍ୱ ଗୁରୁ ଶତପଥୀ ବହନ କରିଥିବା ବେଳେ ପରିକଳ୍ପିତ କାର୍ଯ୍ୟକ୍ରମରେ ବାପୁ ନିଜେ ରେଡିଓ ଚକଲେଟର ସବୁ ଆର ଜେ ମାନଙ୍କ ସୋ ରେ ଅତିଥୀ ଭାବରେ ଆସି ନିଜ ଜୀବନର ଅନୁଭୂତିକୁ ଶ୍ରୋତାଙ୍କୁ ବାଣ୍ଟିଥିଲେ । ଆର୍.ଜେ କୋମଲଙ୍କ ‘ସକାଳର ପହିଲି ଗାଡିରେ’ ବାପୁ ତାଙ୍କ ପିଲାଦିନ, ଯୁବକ ଅବସ୍ଥାରେ କିଛି ଶିକ୍ଷଣୀୟ କଥା କହିଥିବା ବେଳେ ଆର୍.ଜେ ଅନିଲଙ୍କ ‘ଭାଉଜ ନମସ୍କାର’ରେ ତାଙ୍କ ଦାମ୍ପତ୍ୟ ଜୀବନର କିଛି ଘଟଣା ବର୍ଣ୍ଣନା କରିଥିଲେ ବାପୁ  ।

ଠିକ୍ ସେହିପରି ଆର୍.ଜେ ନିଭିଙ୍କ ‘ତୁମ ପାଇଁ ଗୀତ ଟିଏ’ରେ ବାପୁ ସଙ୍ଗୀତପ୍ରେମୀଙ୍କ ପାଇଁ କିଛି ଉପାଦେୟ କଥା କହିଥିଲେ । ଆର୍.ଜେ ଅଭି ଓ ଆର.ଜେ ନିଭିଙ୍କ ‘ଦୁଷ୍ଟ ଏଇ ଝିଅକୁ ନେଇ’ କାର୍ଯ୍ୟକ୍ରମ ଜରିଆରେ ଶ୍ରୋତାମାନେ ବାପୁଙ୍କ ଜୀବନର ଅନେକ ସୁଖଦ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ । ଆର୍.ଜେ ନିଲ୍ ଏଇ କାର୍ଯ୍ୟକ୍ରମର ଭିଡିଓ ନିର୍ଦ୍ଦେଶନ ଦେଇଥିବାବେଳେ, ଭିଡିଓ ୟୁଟୁବ୍ୟ ଏବଂ ଫେସବୁକରେ ଦର୍ଶକ ମାନଙ୍କ ଦ୍ୱାରା ବେଶ୍ ଆଦୃତ ଲାଭ କରିଛି । ‘ବାପୁ ହେ’ କାର୍ଯ୍ୟକ୍ରମରେ ଜଣାଶୁଣା ଗୀତିକାର ବିଭୂତି ସ୍ୱାଇଁ ବାପୁ ଭୂମିକାରେ ଅଭିନୟ କରିଥିଲେ ।