ହତ୍ୟା ମାମଲାରେ ଫଶିଲେ କଂଗ୍ରେସ ନେତା ବାପି ସର୍ଖେଲ୍ : ଜାମିନ ନାମଂଜୁର ପରେ ଗଲେ କୁଜଙ୍ଗ ଜେଲ୍

33

କନକ ବ୍ୟୁରୋ : ହତ୍ୟା ଜାଲରେ ଫଶିଗଲେ କଂଗ୍ରେସ ନେତା । ଜେଲ୍ ଗଲେ ବାପି ସର୍ଖେଲ୍ । ତାଂକୁ ପୋଲିସ କୁଜଙ୍ଗ ଜେଲ୍ ନେଇଛି । ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ ବାପି ସର୍ଖେଲଙ୍କୁ ଗିରଫ କରିଛି । ହତ୍ୟା ମାମଲାରେ ଶୁକ୍ରବାର ବାପିଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ ।

ଏହାପରେ ଶୁକ୍ରବାର ଅପରାହ୍ନରେ ଶତାଧିକ ସମର୍ଥକଙ୍କ ସହ ବାପି ସର୍ଖେଲ ରଘୁନାଥପୁର ଥାନାରେ ହାଜର ହୋଇଥିଲେ । ପୋଲିସ ତାଂକୁ ଥାନାରେ ଦୀର୍ଘ ଘଂଟା ଧରି ଅଟକ ରଖି ପଚରାଉଚରା କରିଥିଲା । ପରେ ତାଂକୁ ପାରାଦୀପ ଥାନାକୁ ପଠାଯାଇଥିଲା । ସେଠାରୁ ତାଂକୁ କୁଜଙ୍ଗ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଖାରଜ ହେବା ପରେ ତାଂକୁ କୁଜଙ୍ଗ ଜେଲକୁ ପଠାଯାଇଛି ।

ସିୱେଜ୍ ସିପିଂ ଜିଏମ୍ ହତ୍ୟାକାଣ୍ଡରେ ବାପିଙ୍କ ସଂପୃକ୍ତି ଥିବା ନେଇ ସୁରାକ ପାଇଛି ପୋଲିସ । ଜେରା ବେଳେ ପୋଲିସ ଆଗରେ ବାପିଙ୍କ ନାଁ ନେଇଛି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ । ଗୁରୁବାର ବାପି ସର୍ଖେଲଙ୍କ ଅଫିସରେ ଚଢାଉ କରିଥିଲା ପାରାଦୀପ ପୋଲିସ । ସିସିଟିଭି ଓ ଅନେକ ଗୁରୁତ୍ୱପୂଣ୍ଣ କାଗଜପତ୍ର ଜବତ କରିଥିଲା ।

ଏହାପରେ ଶୁକ୍ରବାର ବାପିଙ୍କ ନାଁରେ ଜାରି ହୋଇଥିଲା ଲୁକ୍ ଆଉଟ ସର୍କୁଲାର । ସେପଟେ କିନ୍ତୁ ଘଟଣା ସହ ରାଜନୀତିକୁ ଯୋଡିଛନ୍ତି ବାପି ସର୍ଖେଲ । କହିଛନ୍ତି, ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –