ବାପି ସର୍ଖେଲଙ୍କ ଗିରଫର ପ୍ରତିବାଦ : କୁଜଙ୍ଗରେ ସମର୍ଥକଙ୍କ ବିକ୍ଷୋଭ ସହ ରାସ୍ତାରୋକ

20

କୁଜଙ୍ଗ : କଂଗ୍ରେସ ନେତା ବାପି ସର୍ଖେଲଙ୍କ ଗିରଫ ପ୍ରତିବାଦରେ ବାହାରିଲେ ସମର୍ଥକ । କୁଜଙ୍ଗରେ ବାପିଙ୍କ ସମର୍ଥକମାନେ ବିକ୍ଷୋଭ କରିବା ସହ ରାସ୍ତାରୋକ କରିଛନ୍ତି । ଫଳରେ ଘଟଣା ସ୍ଥଳରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି । ସିୱେଜ୍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପୁଲିସ ବାପି ସର୍ଖେଲଙ୍କୁ ଗିରଫ କରିଛି । ହତ୍ୟା ମାମଲାରେ ଶୁକ୍ରବାର ବାପିଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା ପୁଲିସ ।

ଏହାପରେ ଶୁକ୍ରବାର ଅପରାହ୍ନରେ ଶତାଧିକ ସମର୍ଥକଙ୍କ ସହ ବାପି ସର୍ଖେଲ ରଘୁନାଥପୁର ଥାନାରେ ହାଜର ହୋଇଥିଲେ । ପୁଲିସ ତାଂକୁ ଥାନାରେ ଦୀର୍ଘ ଘଂଟା ଧରି ଅଟକ ରଖି ପଚରାଉଚରା କରିଥିଲା । ପରେ ତାଂକୁ ପାରାଦୀପ ଥାନାକୁ ପଠାଯାଇଥିଲା । ସେଠାରୁ ତାଂକୁ କୁଜଙ୍ଗ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କ ଜାମିନ ଖାରଜ ହେବା ପରେ ତାଂକୁ କୁଜଙ୍ଗ ଜେଲକୁ ପଠାଯାଇଛି ।