ଭୁବନେଶ୍ୱରରୁ ଗିରଫ ହେଲା ଜିମ ବାପି ଗ୍ୟାଙ୍ଗ! ଝିଅଙ୍କ ଜରିଆରେ ମାଲିକଙ୍କୁ କରୁଥିଲା ବ୍ଲାକମେଲ, ମାଗୁଥିଲା ୧୦ ଲକ୍ଷ ଟଙ୍କା

73

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗିରଫ ହେଲା ଜିମ୍ ବାପି ଗ୍ୟାଙ୍ଗ । ଏକ ପ୍ରତିଷ୍ଠିତ କଲେଜ ମାଲିକଙ୍କୁ ବ୍ଲାକମେଲ କରି ଗିରଫ ହୋଇଛନ୍ତି ଏହି ଗ୍ୟାଙ୍ଗ । ଏକ ଝିଅ ଜରିଆରେ ମାଲିକଙ୍କୁ ବ୍ଲାକମେଲ କରିବା ନେଇ ଚନ୍ଦ୍ରେଶଖରପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗତ ୬ ତାରିଖରେ ଜିମ୍ ବାପିର ସହେଯାଗୀ ରାଜା ଓ ତାର ମହିଳା ବନ୍ଧୁ ଚାକିରୀ ପାଇଁ କଲେଜ ମାଲିକଙ୍କ ପାଖକୁ ଯାଇଥିଲେ । ତେବେ ମାଲିକଙ୍କ ପାଖରୁ ଫେରି ଆସିବାର କିଛି ସମୟପରେ, ୧୦ ଲକ୍ଷ ଟଙ୍କା ମାଗିଥିଲେ ।

ଟଙ୍କା ନଦେଲେ ଅସଦାଚରଣ କରାଯାଇଛି ବୋଲି ସୋସିଆଲ ମିଡିଆରେ ବଦନାମ କରିବା ପାଇଁ ଧମକ ଦେଇଥିଲେ । ତେବେ ପ୍ରତିଷ୍ଠିତ କଲେଜର ମାଲିକ ଜଣକ ଏନେଇ ୫ ଲକ୍ଷ ଟଙ୍କା ଦେଇସାରିଥିଲେ । ଆଉ ୫ ଲକ୍ଷ ଟଙ୍କା ଦେଉଥିବା ସମୟରେ ଏହି ବ୍ଲାକମେଲ ଝିଅ ପଛରେ ଜାମି ବାପି ଗ୍ୟାଙ୍ଗର ହାତ ଅଛି ବୋଲି ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ଏହି ପୁରା ଗ୍ୟାଙ୍ଗକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି ।