ପଇଡରୁ ବାହାରିଲା ବରଗଛ ! ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ ।  

119
ପଇଡରୁ ଉଠିଛି ବରଗଛ । ନିଆଳି ଥାନା ଅନ୍ତର୍ଗତ ନାକଟା ସାହି ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଲିମ୍ବ ଗଛକୁ ପୂଜା ଅର୍ଚ୍ଚନା କରି ଗଛ ମୁଳରେ ତିନୋଟି କଳସ ଏବଂ ତା ଉପରେ ତିନୋଟି ପଇଡ ରଖାଯାଇଥିଲା । କିଛି ଦିନ ବିତିବା ପରେ ସେଥିରୁ ବରଗଛ ଉଠିଥିବା ଦେଖିବାକୁ ମିଳିଛି । କଥାଟି ସାରା ଅଞ୍ଚଳରେ ଏକପ୍ରକାର ଚହଳ ପକାଇଦେଇଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଆଳି ଥାନା ନିକଟସ୍ତ ନାକଟା ସାହି ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ପଇଡରୁ ଉଠିଛି ନଡିଆ ଗଛ, କଥାଟା ଆଶ୍ଚର୍ଯ୍ୟ  ଲାଗୁଥିଲେ ବି ଏହା ସତ । ଦୀର୍ଘ ୧୦ ବର୍ଷହେବ କଳସ ପୂଜା ହୋଇଆସୁଥିବା ବେଳେ ପଇଡ଼ରୁ ବାହାରିଛି ବରଗଛ । ଗାଁର ବାମନ ଭୋଇ ନିଜବାରି ପଟରେ ୧୦ବର୍ଷ ହେବ ଲିମ୍ବଗଛ ପୂଜା ଅର୍ଚ୍ଚନା କରୁଥିବା ସମୟରେ ୬ଟି କଳସ ବସାଇଥିଲେ । ଗତ ୩ ମାସହେବ ଦୁଇଟି କଳସ ଉପରେ ଥିବା ପଇଡ଼ରୁ ଉଠିଛି ବରଗଛ । ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକଙ୍କ ରୁଣ୍ଡ ହେଉଛି । ଏହି ଘଟଣାଟି ଲୋକମାନେ ନିଜ ଆଖିରେ ଦେଖିବା ସତ୍ୱେବି ବିଶ୍ୱାସ କରିବା ତାଙ୍କ ପାଖରେ ଟିକେ ଅସମ୍ଭବ ହୋଇପଡିଛି । ଲୋକଙ୍କ କହିବା ହିସାବରେ ନଡିଆରୁ ନଡିଆ ଗଛ ବାହାରି ଥାଏ । କିନ୍ତୁ ଯେତେ ଚେଷ୍ଟା କଲେବି ପଇଡରୁ କୌଣସି ପ୍ରକାରରେ ଗଛ ବାହାର କରିହୋଇନଥାଏ । ଏଠାରେ ପଇଡରୁ ନଡିଆ ଗଛତ ନୁହେଁ ପଇଡରୁ ବାହାରିଛି ବରଗଛ । କିଛି ଲୋକ ଏହି ଘଟଣାକୁ ଭଗବାନଙ୍କ ଚମକ୍ରାର କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ମିଛ କଥା ବୋଲି ଭାବୁଛନ୍ତି ।