ରାୟଗଡ଼ା: ପ୍ରବଳ ବର୍ଷା କାରଣରୁ କଲ୍ୟାଣସିଂହପୁରରେ ବନ୍ୟା ପରିସ୍ଥିତି

80

କନକ ବ୍ୟୁରୋ: ଲଗାଣ ବର୍ଷାରେ ଭାସିଲା ରାୟଗଡ଼ାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବନ୍ୟା ଜଳରେ ବୁଡିଯାଇଛି କଲ୍ୟାଣସିଂହପୁରର ସଦର ମହୁକମା । ଗାଁ ଗଣ୍ଡାରେ ପ୍ରବାହିତ ହୋଉଛି ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟାପାଣି । ବ୍ଲକର ସାନବ୍ରାହ୍ମଣ ସାହି, କାମ୍ପସାହି, ବଡ଼ବ୍ରାହ୍ମଣ ସାହି ଓ ତହସିଲ ଅଫିସ ଜଳମଗ୍ନ ହୋଇଛି । ଗାଁରେ ବନ୍ୟାପାଣି ପଶିଯିବାରୁ ୧୦ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି ।

ତେବେ ଚଳିତ ବର୍ଷ ହଠାତ୍ ବନ୍ୟା ଆସିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଣିର ପ୍ରଖର ସ୍ରୋତ ଏତେ ଅଧିକ ରହିଛି ଯେ, ବିଭିନ୍ନ ସ୍ଥାନରେ ୩ଟି ପୋଲ ଭାଙ୍ଗି ଯାଇଛି । କଲ୍ୟାଣୀନଦୀ ବ୍ରିଜ, କୁମାରଗୁଡା ବ୍ରିଜ ଓ ଗୁଣ୍ଡିଗୁଡା ବ୍ରିଜ ଭାଙ୍ଗି ଯାଇଛି । କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

ରାୟଗଡ଼ା ଭବାନୀପାଟଣାକୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଦ୍ୟୁତ୍ ସରବାରହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପାଣିଘେରରେ ଥିବା ଲୋକଙ୍କ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକଙ୍କ ଉଦ୍ଧାର ପାଇଁ ବନ୍ୟା ପ୍ରଭାବିତ ଅଂଚଳରେ ପହଂଚିଛନ୍ତି ସିଆରପିଏଫ ଯବାନ । ପାଣି ଘେରରୁ ଉଦ୍ଧାର କରାଯାଉଥିବା ବିପନ୍ନଙ୍କୁ ତହସିଲ କାର୍ଯ୍ୟାଳୟରେ ରଖାଯାଉଛି । ୧୯୯୦ ମସିହାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –