ଗୋ-ହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧକୁ ସୁପ୍ରିମକୋର୍ଟଙ୍କ ଆଗ୍ରାହ୍ୟ : କହିଲେ ବିଭିନ୍ନ ରାଜ୍ୟ ପାଇଁ ରହିଛି ଭିନ୍ନ ଭିନ୍ନ ନିୟମ

33

କନକ ବ୍ୟୁରୋ : ଗୋ’ ହତ୍ୟା ନିଷିଦ୍ଧ ପାଇଁ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସଂପୂର୍ଣ୍ଣ ନିଷିଦ୍ଧ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି । ଗୋ’ହତ୍ୟା ନିଷିଦ୍ଧ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଜଣେ ବ୍ୟକ୍ତି ଭିନୀତ ସହାଇ ପିଆଇଏଲ୍ ଦାୟର କରିଥିଲେ ।

ଗୋହତ୍ୟା ନିଷିଦ୍ଧ କରିବା ପାଇଁ ଦେଶବ୍ୟାପୀ ଏକକ ନିୟମ ପ୍ରଣୟନ ପାଇଁ ହୋଇଥିଲା ଆବେଦନ । ଗୋ’ହତ୍ୟା ନିଷିଦ୍ଧ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନିୟମ ରହିଥିବା କହିଛନ୍ତି ସୁପ୍ରିମକୋର୍ଟ । ସବୁ ରାଜ୍ୟ ସରକାରଙ୍କୁ ଗୋଟିଏ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ତେବେ ତାମିଲନାଡୁ ଓ ଆନ୍ଧ୍ରରେ ଗୋହତ୍ୟା ପାଇଁ ରହିଛି କଠୋର ନିୟମ । ହେଲେ କେରଳ ପଶ୍ଚମବଙ୍ଗ, ନାଗାଲାଣ୍ଡ, ମିଜୋରା, ମେଘାଳୟ, ତ୍ରିପୁର, ଅରୁଣାଚଳ ପ୍ରଦେଶ ଓ ସିକିମ୍ରେ ଗୋ-ହତ୍ୟାକୁ ଅନୁମତି ମିଳିଛି । କିଛି ରାଜ୍ୟ ସରକାର ଗୋ ହତ୍ୟାକୁ ସଂପୂର୍ଣ ନିଷେଧ କରିଛନ୍ତି ।