ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଶୀଘ୍ର ସାରି ଦିଅନ୍ତୁ ସମସ୍ତ ଜରୁରୀ କାମ

62

କନକ ବ୍ୟୁରୋ : ଆସୁଛି ଦୁର୍ଗା ପୂଜା । ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କରେ ସମସ୍ତ ଜରୁରୀ କାମ । କାରଣ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଆରବିଆଇର ୱେବସାଇଟ୍ ଅନୁସାରେ ଯେଉଁ ରାଜ୍ୟମାନଙ୍କରେ ଦୁର୍ଗା ପୂଜା ଜୋର ସୋରରେ ପାଳନ ହେଉଛି ସେହି ରାଜ୍ୟମାନଙ୍କରେ ଆସନ୍ତା ୨୭ ତାରିଖଠାରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅର୍ଥାତ୍ ବୁଧବାରଠାରୁ ସୋମବାର ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବ । ତେଣୁ ବ୍ୟାଙ୍କରେ ଥିବା ଆପଣଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ ମଙ୍ଗଳବାର ପୂର୍ବରୁ ଶେଷ ଦିଅନ୍ତୁ ।

ତେବେ ଅନ୍ୟ ରାଜ୍ୟମାନଙ୍କରେ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବ । କାରଣ ଶୁକ୍ରବାର ୨୯ ସେପ୍ଟେମ୍ବରରେ ନବମୀ, ଶନିବାର ୩୦ ସେପ୍ଟେମ୍ବରରେ ଦଶହରା, ୧ ଅକ୍ଟୋବର ରବିବାର ଏବଂ ସୋମବାର ଅର୍ଥାତ୍ ୨ ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ । ତେଣୁ ଏହି ୪ ଦିନ ଲଗାତାର ସମସ୍ତ ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ ।

ଆରବିଆଇର ସୂଚନା ମୂତାବକ ଏହି ଛୁଟି ଦିନମାନଙ୍କରେ ବ୍ୟାଙ୍କରେ କୌଣସି ପ୍ରକାର ଲେଣ ଦେଣ ହେବ ନାହିଁ । ଏହାର ପ୍ରଭାବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଉପରେ ମଧ୍ୟ ପଡିପାରେ । କାରଣ ମାସ ଆରମ୍ଭରେ ଦରମା ଆସିଥାଏ । କିନ୍ତୁ ଏହି ଦିନ ବ୍ୟାଙ୍କ୍ ବନ୍ଦ ରହିବା ଯୋଗୁଁ ଏଟିଏମରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଉପଲବ୍ଧ ହେବ ନାହିଁ । ତେଣୁ ଏହି ସବୁକୁ ଆଖି ଆଗରେ ରଖି ବ୍ୟାଙ୍କରେ ଥିବା ଜରୁରୀ କାମ ମଙ୍ଗଳବାର ସୁଦ୍ଧା ଶେଷ କରିବା ସହ ଏଟିଏମରୁ କ୍ୟାସ୍ ଉଠାଇ ପାଖରେ ରଖିଥାନ୍ତୁ । କାରଣ ଏବେ ଚାଲିଛି ପାର୍ବଣ ଋତୁ, ଆଉ କୌଣସି ସମୟରେ କ୍ୟାସର ଆବଶ୍ୟକତା ପଡିପାରେ ।