ନଗଦ କାରବାରରେ କଟକଣା ! ମାର୍ଚ୍ଚ ୧ରୁ ଟ୍ରାଞ୍ଜାକସନ୍ ଫି ଲଗାଇଲେ ଘରୋଇ ବ୍ୟାଙ୍କ୍

38

କନକ ବ୍ୟୁରୋ : ନଗଦ କାରବାର ଉପରେ କଟକଣା ଲଗାଇଲେ ଘରୋଇ ବ୍ୟାଙ୍କ । ବିମୁଦ୍ରାୟନ ଅବଧି ଶେଷ ହେବା ପରେ ମାର୍ଚ୍ଚ ୧ରୁ ଏହି କଟକଣା ଲଗାଇଛନ୍ତି କେତେକ ପ୍ରମୁଖ ବ୍ୟାଙ୍କ । ଏଚଡିଏଫସି ଗ୍ରାହକ ଗୋଟିଏ ଆକାଉଂଟରେ ମାସକୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କିମ୍ବା ଉଠାଣ କରିପାରିବେ । କେବଳ ହୋମବ୍ରାଂଚ କ୍ଷେତ୍ରରେ ଏହି ସୁବିଧା ଉପଲବ୍ଧ ହେବ । ନନ୍ ହୋମବ୍ରାଂଚ ଗ୍ରାହକଙ୍କ ପାଇଁ ଏହି ସୀମା ୨୫ ହଜାର ଟଙ୍କା ରଖିଛି ବ୍ୟାଙ୍କ ।

ଏହାଠାରୁ ଅଧିକ ହେଲେ ସର୍ବନିମ୍ନ ଦେଢଶହ ଟଙ୍କା କିମ୍ବା ପ୍ରତି ହଜାରେ ଟଙ୍କାରେ ୫ଟଙ୍କା ଲେଖାଏଁ ଟ୍ରାଞ୍ଜାକ୍ସନ ଫି ଦେବେ ଗ୍ରାହକ । ଆଇସିଆଇସିଆ ବ୍ୟାଙ୍କ ମଧ୍ୟ ସମାନ ବ୍ୟବସ୍ଥା କରିଥିବା ଜଣାପଡିଛି । ଆଇସିଆଇସିଆଇ ଗ୍ରାହକ ସର୍ବାଧିକ ୪ଟି ନଗଦ କାରବାର କରିପାରିବେ । ଅଧିକ ହେଲେ ପଡିବ ଟ୍ରାଞ୍ଜାକ୍ସନ ଫି । ଆକ୍ସିସ ବ୍ୟାଙ୍କ କିଛିଟା କୋହଳ କରିଛି କଟକଣା । ଆକ୍ସିସ ବ୍ୟାଙ୍କ ଗ୍ରାହକ ସର୍ବାଧିକ ୫ଟି ନଗଦ କାରବାର କରିପାରିବେ । ଅର୍ଥାତ ୫ଥରରୁ ଅଧିକ ଜମା କିମ୍ବା ଉଠାଣ ପାଇଁ ପଡିବ ଟ୍ରାଞ୍ଜାକ୍ସନ ଫି ।

ତେବେ ଆସ୍କିସ ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କା ରଖିଛି । କେନ୍ଦ୍ର ସରକାର ନଗଦ କାରବାର ରୋକିବାକୁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ବ୍ୟାଙ୍କଗୁଡିକ ସେହି ଦିଗରେ ପଦକ୍ଷେପ ନେଇଛନ୍ତି । ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୩ ଲକ୍ଷ ଟଙ୍କାରୁ ଅଧିକ ନଗଦ କାରବାର ଉପରେ କଟକଣା ଲଗାଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ