ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ କିଂଗଫିସର ଏୟାରଲାଇନ୍ସ ଓ ଗୋଆ କିଂଗଫିସର ଭିଲ୍ଲା ହେବ କମ ମୂଲ୍ୟରେ ନିଲାମ

38

କନକ ବ୍ୟୁରୋ : ମଦ ସମ୍ରାଟ ତଥା ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ଦୁଇଟି ପ୍ରମୁଖ ସଂପତି କିଂଗଫିସର ଏୟାରଲାଇନ୍ସ ଓ ଗୋଆ କିଂଗଫିସର ଭିଲ୍ଲାକୁ ଆଜି ପୁଣି କମ ମୂଲ୍ୟରେ ନିଲାମ କରାଯିବ ।  ପୂର୍ବରୁ ୩ ଥର ଏହି ନିଲାମ ହୋଇଥିଲେ ବି କେହି ଗ୍ରାହକ ଏହାକୁ କିଣିବାକୁ ରାଜି ହୋଇନଥିଲେ । ଆଜି ପୁଣି ନିଲାମ ପାଇଁ ବେସ ପ୍ରାଇସ୍ ୧୧୫ କୋଟି ଟଙ୍କାରୁ ଆରମ୍ଭ କରାଯିବ । ପ୍ରଥମରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହାକୁ ୧୫୦ କୋଟିରେ ନିଲାମ କରିବାକୁ ନିଷ୍ପତି ନିଆଯାଇଥିଲା ।