୨୦୧୯ରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ ଚାକିରିର ବର୍ଷା ! ପ୍ରାୟ ୧ ଲକ୍ଷ ଯୁବକ ଓ ଯୁବତୀ ପାଇବେ ନିଯୁକ୍ତି

229

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଆସନ୍ତା ଆର୍ଥିକ ବର୍ଷରେ ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ  ଓ ସିଣ୍ଡିକେଟ ବ୍ୟାଙ୍କ ଭଳି କିଛି ରାଷ୍ଟ୍ରାୟତ ବ୍ୟାଙ୍କ୍ ପାଖାପାଖି ୧ ଲକ୍ଷ ନିଯୁକ୍ତି ଦେଇପାରନ୍ତି । ବ୍ୟାଙ୍କର ଆବଶ୍ୟକତା ଓ ବ୍ୟବସାୟକୁ ବୃଦ୍ଧି କରିବାକୁ ଏଭଳି ନିଯୁକ୍ତି ସୃଷ୍ଟି କରାଯିବ ବୋଲି ଟିମ୍ ଲିଜ ନାମକ ଏକ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି ।

ଏହି ସଂସ୍ଥାର ଆକଳନ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ବ୍ୟାକିଙ୍ଗ ସେକ୍ଟରରେ ଯେତିକି ନିଯୁକ୍ତି ଦିଆଯାଇଥିଲା ଚଳିତ ଆର୍ଥିକ ବର୍ଷରେ ତାହା ଠାରୁ ଅଧିକ ନିଯୁକ୍ତି ପ୍ରଦାନ କରାଯିବ  । ଖାସକରି  ସମ୍ପତ୍ତି ପରିଚାଳନା, ଆନାଲିଟିକ୍ସ, ରଣନୀତି, ଡିଜିଟାଲ୍ ଓ ଗ୍ରାହକ ସେବା ଭଳି କ୍ଷେତ୍ରରେ ନୂଆ କର୍ମଚାରୀଙ୍କୁ ବ୍ୟାଙ୍କଗୁଡ଼ିକ ନିଯୁକ୍ତ କରିବେ। ଟିମ ଲିଜର କହିବା ଅନୁଯାୟୀ, ବିଗତ ଦୁଇ ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ଗୁଡିକରେ ପ୍ରାୟ ୯୫,୦୦୦ ପୋଷ୍ଟରେ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି, ପିଏସୟୁ ଅଧିକ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଯାଉଥିବା ବେଳେ ଖୁବକମ କ୍ଲର୍କଙ୍କୁ ନିଯୁକ୍ତି ଦେଇପାରେ ।