ଗ୍ରାହକଙ୍କୁ ଝଟକା ! ମହଙ୍ଗା ହେଲା ହୋମ ଲୋନ, ଏହି ତିନୋଟି ବଡ଼ ବ୍ୟାଙ୍କ ବଢାଇଲେ ସୁଧହାର

31

ଆରବିଆଇର ମୂଦ୍ରାନୀତି ସମୀକ୍ଷା ପୂର୍ବରୁ ଗ୍ରାହକଙ୍କୁ ଝଟକା । ଏଣିକି ମହଙ୍ଗା ହେବ ବ୍ୟାଙ୍କ ଲୋନ । ଭାରତୀୟ ରିଜର୍ବ ବ୍ୟାଙ୍କ ବା ଆରବିଆଇର ମୂଦ୍ରା ନୀତି ସମୀକ୍ଷା ବୈଠକ ପୂର୍ବରୁ ୩ଟି ବଡ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ, ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କ ସୁଧହାର ବଢାଇଛନ୍ତି ।

ଏସବିଆଇ ୦.୫ ପ୍ରତିଶତ ସୁଧହାର ବୃଦ୍ଧି କରିଥିବାବେଳେ ଆଇସିଆଇସିଆଇ ୦.୧୦ ପ୍ରତିଶତ ଓ ଏଚଡିଏଫସି ୦.୧୦ ପ୍ରତିଶତ ସୁଧହାର ବୃଦ୍ଧି କରିଛନ୍ତି । ହୋମ ଲୋନ ଉପରେ ଏହି ୩ଟି ବଡ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି । ଏଣିକି ଗ୍ରାହକ ହୋମ ଲୋନ ନେଲେ ସେମାନଙ୍କୁ ଅଧିକ ଇଏମଆଇ ଭରିବାକୁ ପଡିବ । ଗତ ଅଗଷ୍ଟରେ ଆରବିଆଇର ମୂଦ୍ରାନୀତି ସମୀକ୍ଷା ବୈଠକ ପରେ ଏଚଡିଏଫସି ବ୍ୟାଙ୍କ ହୋମ ଲୋନ ଉପରେ ସୁଧହାର ବୃଦ୍ଧି କରିଥିଲା ।

ଅକ୍ଟୋବର ୧୫ ତାରିଖରୁ ପାର୍ବଣ ଋତୁ ଆରମ୍ଭ ହୋଇଯିବ । ଏହି ଋତୁରେ ଲୋକମାନେ ସବୁଠାରୁ ଅଧିକ ଘର, କାର ଓ ଅନ୍ୟ ବସ୍ତୁ ଗୁଡିକ କିଣନ୍ତି । ଏମିତିରେ କରଜ ମହଙ୍ଗା ହେବା ଦ୍ୱାରା ଲୋକଙ୍କୁ ଟଙ୍କା ସୁଧରେ ଦେବାକୁ ପଡିବ ।