ଲକରରୁ ଚୋରି ହେଲେ ଦାୟୀ ରହିବନି ବ୍ୟାଙ୍କ୍‌ : ଆରବିଆଇ

45

ବ୍ୟାଙ୍କ ଲକରରେ ମୂଲ୍ୟବାନ୍‌ ସାମଗ୍ରୀ ରଖିଦେଇ ନିଶ୍ଚିନ୍ତ ହୋଇଯାଉ ଲୋକଙ୍କୁ ଶକ୍ତ ଧକ୍କା ଦେଇଛି ଆରବିଆଇ । ଏଣିକି ବ୍ୟାଙ୍କ ଲକରରେ ଥିବା ମୂଲ୍ୟବାନ୍‌ ସାମଗ୍ରୀ ହଜିଗଲେ କି ଚୋରି ହୋଇଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଭାବେ ଦାୟୀ ରହିବେ ନାହିଁ । ଏନେଇ ସ୍ପଷ୍ଟ କରିଛି ଆରବିଆଇ । ଏମିତି ହେଲେ ବ୍ୟାଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ମଧ୍ୟ ମିଳିବ ନାହିଁ ବୋଲି ଜଣାପଡିଛି ।

ଆରଟିଆଇ ଆଧାରରେ ମଗାଯାଇଥିବା ଉତ୍ତର ମିଳିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଜଣେ ଓକିଲ ଆରବିଆଇକୁ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ । ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ପିଏନବି, ୟୁକୋ ଓ କାନାରା ବ୍ୟାଙ୍କ୍‌ ଭଳି ୧୯ଟି ବ୍ୟାଙ୍କ୍‌ ଏଭଳି ନିଜ ଦାୟିତ୍ୱ ଖସାଇ ନେଇଥିବା ସମ୍ପର୍କରେ ପ୍ରଶ୍ନକର୍ତ୍ତା ଓକିଲ ଜଣକ ସିସିଆାଇ(କମ୍ପିଟେସନ୍‌ କମିଶନ ଅଫ୍‌ ଇଣ୍ଡିଆ) ପାଖରେ ଅଭିଯୋଗ କରିଛନ୍ତି ।