ସହଜରେ ଋଣ ମିଳୁନି କି ? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ ?

43

ସରକାରଙ୍କର ଅନେକ ଯୋଜନା ଅନୁସାରେ ଯେ କେହି ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ । କିନ୍ତୁ ଋଣ ନେବା ଏତେ ସହଜ ନୁହେଁ । ଏଥିପାଇଁ ବାରମ୍ବାର ବ୍ୟାଙ୍କ୍ ଦଉଡ଼ିବାକୁ ପଡ଼େ । ଦଉଡ଼ି ଦଉଡ଼ି କିଏ ସଫଳ ହୁଏ ତ ଆଉ କିଏ ବିଫଳ । ଅନେକ ଥର ଡକ୍ୟୁମେଂଟର ପୂରଣ ହେବା ପରେ ମଧ୍ୟ ବ୍ୟାଙ୍କକୁ ଥରକୁ ଥର ଦଉଡ଼଼ିବା ପାଇଁ ପଡ଼େ । ଏସବୁ କରିବା ସତ୍ୱେ ମିଳେନି ଋଣ । ଆଜି ଆମେ କିଛି ମୁଖ୍ୟ ବ୍ୟାଙ୍କ୍ ବିଷୟରେ ଆଲୋଚନା କରିବା ଯେଉଁମାନେ ଆପଣଙ୍କୁ ଋଣ ଦେବା ସମୟରେ ଅସୁବିଧାରେ ପକାଇଲେ ଆପଣ ଅଭିଯୋଗ କରିପାରିବେ ।

ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆର ଋଣ ପାଇଁ ଆବେଦନ କରିଛନ୍ତି, ତେବେ ଜାଣନ୍ତୁ ଅସୁବିଧା ହେଲେ କେଉଁଠି କରିବେ ଅଭିଯୋଗ କରିବେ ।
– ପ୍ରଥମେ ବ୍ରାଂଚ ମ୍ୟାନେଜରକୁ ଅଭିଯୋଗ କରନ୍ତୁ ।
– ଏହା ବ୍ୟତୀତ ଟୋଲ ଫ୍ରି ନମ୍ବର ୧୮୦୦୪୨୫୩୮୦୦ କିମ୍ବା ୧୮୦୦୧୧୨୨୧୧ରେ ଅଭିଯୋଗ କରିପାରିବେ ।
– ଆପଣ UNHAPPY ଲେଖି ୮୦୦୮୨୦୨୦୨୦କୁ ଏସଏମଏସ୍ କରି ଅଭିଯୋଗ କରିପାରିବେ ।
– ଏହା ବ୍ୟତୀତ http://www.sbi.co.inୱେବସାଇଟରେ ଉପଲବ୍ଧ ଗ୍ରାହକ ଅଭିଯୋଗ କିମ୍ବା ଫିଡ଼ବ୍ୟାକ୍ ଫର୍ମକୁ ଅନଲାଇନ ପୂରଣ କରି ଅଭିଯୋଗ କରିପାରିବେ ।
– ଯଦି ଆପଣଙ୍କ ସମସ୍ୟା ୧୦ ଦିନ ଭିତରେ ସମାଧାନ ନହୁଏ, ତେବେ ଆପଣ ନେଟୱର୍କ ନୋଡ଼ାଲ ଅଫିସରଙ୍କ ସହ ସମ୍ପର୍କ କରିପାରିବେ । ତା’ପରେ ୫ ଦିନ ଭିତରେ ମଧ୍ୟ ଯଦି ସମସ୍ୟା ସମାଧାନ ନହୁଏ ତେବେ ଆପଣ ପ୍ରିନସିପାଲ ନୋଡ଼ାଲ ଅଫିସରଙ୍କ ସହ ସମ୍ପର୍କ କରିପାରିବେ ।
– ଏହା ବ୍ୟତୀତ gm.customer@sbi.co.in ରେ ମଧ୍ୟ ଇମେଲ ମାଧ୍ୟମରେ ଅଭିଯୋଗ କରିପାରିବେ ।
– ଯଦି ଆପଣ ତଥାପି ସନ୍ତୁଷ୍ଟ ନାହାନ୍ତି, ତେବେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦ୍ୱାରା ନିଯୁକ୍ତ ଲୋକପାଳଙ୍କ ଠାରେ ଅଭିଯୋଗ କରିପାରିବେ ।

ପିଏନବିରେ ଯଦି ଆପଣଙ୍କୁ ଋଣ ମିଳୁନି ତେବେ ସର୍ବପ୍ରଥମେ ଆପଣ ଯେଉଁ ବ୍ୟାଙ୍କରେ ଅଭିଯୋଗ ଅଛି ସେଠିର ବ୍ରାଂଚ ମ୍ୟାନେଜରକୁ ଅଭିଯୋଗ କରନ୍ତୁ । ଏହାପରେ ସମସ୍ୟା ସମାଧାନ ନହେଲେ ଆପଣ ସର୍କଲ ହେଡ଼୍, ଜୋନାଲ ମ୍ୟାନେଜର ଆଉ ତା’ପରେ ପ୍ରିନସିପାଲ ନୋଡ଼ାଲ ଅଫିସରକୁ ଅଭିଯୋଗ କିରପାରିବେ । ଏହାବ୍ୟତୀତ care@pnb.co.in ରେ ମଧ୍ୟ ଇମେଲ ମାଧ୍ୟମରେ ଅଭିଯୋଗ କରିପାରିବେ । ଆପଣ ପିଏନବି ସାଇଟରେ ଅନଲାଇନ ଅଭିଯୋଗ କରିପାରିବେ । ଯଦି ଏଥିରେ ବି ଆପଣ ସନ୍ତୁଷ୍ଟ ନାହାନ୍ତି, ତେବେ ଆରବିଆଇ ଦ୍ୱାରା ନିଯୁକ୍ତ ଲୋକପାଳଙ୍କ ଠାରେ ଅଭିଯୋଗ କରିପାରିବେ । ଆରବିଆଇ ଅଲଗା ଅଲଗା ଜୋନ୍ ପାଇଁ ଭିନ୍ନ ଭିନ୍ନ ଲୋକପାଳ ନିଯୁକ୍ତ କରିଛନ୍ତି । ଅନ୍ୟ ବ୍ୟାଙ୍କରେ ମଧ୍ୟ ଯଦି ସମାନ ଅସୁବିଧା ଭୋଗୁଛନ୍ତି, ତେବେ ଆପଣ ଲୋକପାଳଙ୍କ ଠାରେ ଅଭିଯୋଗ କରିପାରିବେ ।