ଅନଲାଇନ୍ ନେଣଦେଣରେ ଠକାମିର ଶିକାର ହୋଇଛନ୍ତି କି ? ଜାଣନ୍ତୁ ଆରବିଆଇର ନିୟମ ଅନୁସାରେ ଟଙ୍କାକୁ କିପରି ରଖିବେ ସୁରକ୍ଷିତ

24

ଅନଲାଇନ୍ ନେଣଦେଣ କରିବା ସମୟରେ କିମ୍ବା ଏଟିଏମରୁ ଟଙ୍କା ବାହର କରିବା ସମୟରେ ଆପଣଙ୍କ ସହ ଧୋକା ହେବାର ସମ୍ଭାବନା ରହିଛି । ନେଣଦେଣ ସମୟରେ ଯଦି ଆପଣ ଠକାମିର ଶିକର ହୋଇଛନ୍ତି, ତେବେ ଟଙ୍କା ସୁରକ୍ଷିତ ରଖିବା ପାଇଁ ତଥା ଫେରି ପାଇବା ପାଇଁ କିଛି ଗୁରୁତ୍ୱପୂବର୍ଣ୍ଣ ପଦକ୍ଷେପ ନେଇପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୧୪ ଡିସେମ୍ବରରେ ଏକ ସର୍କୁଲାର ଜାରି କରିଛନ୍ତି । ଏହି ସର୍କୁଲାରକୁ କୋ-ଅପରେଟିଭ୍ ବ୍ୟାଙ୍କକୁ ପଠାଯାଇଛି । ଇଲେକ୍ଟ୍ରୋନିକ୍ସ ଟ୍ରାନଜାକ୍ସନ ସମୟରେ ହେଉଥିିବା ଠକାମିକୁ ନେଇ ସର୍କୁଲାର ଜାରି କରିଛନ୍ତି । ସର୍କୁଲାର ଅନୁସାରେ ଆଇରିବଆଇ କେବଳ କୋ-ଅପରେଟିଭ୍ ବ୍ୟାଙ୍କକୁ କଡ଼ା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ମାମଲାରେ ଗ୍ରାହକଙ୍କୁ ପୁରା ଟଙ୍କା ଫେରସ୍ତ କରାଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆରବିଆଇ ଏହି ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି, ଇଲେକ୍ଟ୍ରୋନିକ୍ସ ଟ୍ରାନଜାକ୍ସନ ସମୟରେ ଠକାମି ରୋକିବା ପାଇଁ କଡ଼ା ବ୍ୟବସ୍ଥା କରାଯାଉ । ଏହା ବ୍ୟତୀତ ଏସଏମଏସ୍ ଆଲର୍ଟ ଓ ଇମେଲ ଆଲର୍ଟ କରିବା ପାଇଁ ଗ୍ରାହକଙ୍କୁ କହିଛି ଆରବିଆଇ । ବ୍ୟାଙ୍କିଂ ନେଣଦେଣ ପରେ ଏସଏମଏସ୍ ପଠାଇବା ସହ ଇମେଲ ରେଜିଷ୍ଟର ହୋଇଥିଲେ ମେଲ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ । ଏହା ବ୍ୟତୀତ ଗ୍ରାହକଙ୍କୁୁ ଏସଏମଏସ୍ ପଠାଇବା ପରେ ତୁରନ୍ତ ରିପ୍ଲାଇ ବ୍ୟବସ୍ଥା ହେବା ଜରୁରୀ । ଆରିବିଆଇ ଅନୁସାରେ ନେଣଦେଣ ପାଇଁ ଅଭିଯୋଗ କରିବା ପାଇଁ ଗ୍ରାହକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି । କିମ୍ବା ଏନେଇ ଗୁଗଲରେ ସର୍ଚ୍ଚ କରିବା ଜରୁରୀ ନୁହେଁ ।

ବ୍ୟାଙ୍କିଂ ନେଣଦେଣ ସମୟରେ ବ୍ୟାଙ୍କର ଭୁଲ ଯୋଗୁଁ କୌଣସି ଠକାମିରେ ଶିକାର ହେଲ, ଏଥିିପାଇଁ ବ୍ୟାଙ୍କ ଦାୟୀ ରହିବ । ଏଥିପାଇଁ ଗ୍ରାହକ ଦାୟୀ ରହବେ ନାହିଁ । ଯଦି ଆପଣଙ୍କ ଆକାଉଂଟ କୌଣସ ଥାର୍ଡ଼ ପାର୍ଟି ଅନୁସାରେ ଠକାମିରେ ଶିକାର ହୋଇଛନ୍ତି, ଏଥିରେ ମଧ୍ୟ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ । ଏଥିପାଇଁ ମାତ୍ର ତିନୋଟି କାର୍ଯ୍ୟକାରୀ ଦିନ ଭିତରେ ବ୍ୟାଙ୍କରେ ଅଭିଯୋଗ କରନ୍ତୁ । ଥରେ ଆପଣ ଅଭିଯୋଗ କରିଦେଲ, କୋ-ଅପରେଟିଭ ବ୍ୟାଙ୍କର ଦାହିତ୍ୱ ହେଲା ସେ ୧୦ ଦନ ଭିତରେ ସମସ୍ୟାର ସମାଧାନ କରିବ ।