ଅନଶନ ପରେ ଚେତିଲା ପ୍ରଶାସନ ! ବାଙ୍କୀ ମୁହାଣରେ ସଫେଇ କାର୍ଯ୍ୟ ହେଲା ଆରମ୍ଭ

27

କନକIMG-20170713-WA0014 ବ୍ୟୁରୋ : ତିନି ଦିନ ହେଲା ବାଙ୍କୀ ମୁହାଣ ସଫେଇ ଦାବିରେ ଧାରଣା ଦେଇଥିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଜି ଏହାର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସୁଦ୍ଧା ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ଡେଡ୍ ଲାଇନ୍ ଦେଇଥିଲେ ସୁଦର୍ଶନ ପଟ୍ଟନାୟକ । ଏହି ସଫାଇ କାର୍ଯ୍ୟରେ ପୁରୀ ମ୍ୟୁନିସପାଲିଟି ତରଫରୁ ୫୦ ଜଣ କର୍ମଚାରୀ ନିଯୁକ୍ତ ରହିଛନ୍ତି ।

ଆଜି ସନ୍ଧ୍ୟା ସୁଦ୍ଧା ସଫେଇ କାମ ଆରମ୍ଭ ନକଲେ ଓଡିଶା ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର ପଦକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିବେ ବୋଲି ଚେତାବନୀ ଦେଇଥିଲେ ସୁଦର୍ଶନ ପଟ୍ଟନାୟକ । ବାଙ୍କୀ ମୁହାଣ ସଫେଇ କରିବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ନେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।