ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ

16

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ । ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଅଢେଇ ବର୍ଷରେ ପ୍ରଥମ ଥର ପାଇଁ ନବୀନଙ୍କୁ ଭେଟିଛନ୍ତି ପ୍ରଭାତ । ଏହାସହ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପ୍ରଭାତ ତ୍ରିପାଠୀଙ୍କୁ ଆହୁରି ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ହଟିଥିଲା । ୨୦୧୪ରେ ଏଟି ଚିଟଫଣ୍ଡ ଲିଙ୍କ ମାମଲାରେ ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ପୁଣି ତାଙ୍କ ଉପରୁ ନିଲମ୍ବନ ହଟାଇଛନ୍ତି ନବୀନ