ମାଙ୍କଡ ନୁହେଁ ମଣିଷ ଉପରକୁ ଆସିଲା ପୋଲିସର ସନ୍ଦେହ ! ଆବଶ୍ୟକ ପଡିଲେ ପରିବାର ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ

35

କନକ ବ୍ୟୁରୋ : ବାଙ୍କୀ ତାଳବସ୍ତ ଶିଶୁମୃତ୍ୟୁ ଘଟଣା ଉପରୁ ଏଯାଏଁ ହଟିପାରିନି ପରଦା । ଶିଶୁଟିକୁ କିଏ ମାରିଲା ମଣିଷ ନା ମାଙ୍କଡ ସେ ନେଇ ପୁଲିସ ଛାନଭିନ ଚଳାଇଛି । ତେବେ ଏସବୁ ଭିତରେ ପରିବାର ଲୋକଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ସ୍ଥିର କରିଛି ପୁଲିସ । ବାଙ୍କୀ ଏସଡିପିଓ ଏନେଇ ସୂଚନା ଦେଇଛନ୍ତି । ତେବେ ମାଙ୍କଡ ଶିଶୁଟିକୁ ନେଇ କୂଅରେ ପକାଇଥିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନି ପୁଲିସ । ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ତଦନ୍ତକୁ ଆଗକୁ ନିଆଯିବ ବୋଲି କହିଛି ପୋଲିସ ।

ଏହଛଡା ଘଟଣା ଦିନ ଶିଶୁର ବଡ ବାପା ଶିଶୁଟିକୁ ଲୁଚାଇଥିବା ଗ୍ରାମବାସୀ ଆଗରେ କହିଥିବା ଗାଁ ଲୋକେ କହିଛନ୍ତି । ଶିଶୁଟିକୁ ମାଙ୍କଡ ଉଠାଇନେଇ କୂଅରେ ଫୋପାଡିଥିବା ଘଟଣାକୁ ମଧ୍ୟ ଗ୍ରାମବାସୀ ସହଜରେ ବିଶ୍ୱାସ କରିପାରୁନଥିବା ବେଳେ ଘଟଣାର ଉଚ୍ଚ ସ୍ତରୀୟ ଦାବି କରିଛନ୍ତି । ଏହାପଛରେ ଏକ ବଡ ରହସ୍ୟ ଲୁଚି ରହିଛି ବୋଲି ପାଖ ପଡିଶା କହିଛନ୍ତି । ଗତ ଶନିବାର ଦିନ ସକାଳୁ ୧୫ ଦିନର ଶିଶୁପୁତ୍ରଟିକୁ ମାଙ୍କଡ ଉଠାଇଥିବା ନେଇ ଖବର ପ୍ରଘଟ ହୋଇଥିଲା । ଏହା ପରେ ବନ ବିଭାଗ ଓ ଗାଁ ଲୋକେ ଦିନ ତମାମ ଶିଶୁଟିକୁ ଖୋଜିଥିଲେ ବି ପାଇନଥିଲେ । ରବିବାର ଦିନ ସକାଳୁ ଘର ପାଖ କୂଅ ଭିତରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା ।