ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା: ଜଙ୍ଗଲରୁ ମିଳିଲା ମୃତଦେହ, ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ

249

କନକ ବ୍ୟୁରୋ: ବ୍ରହ୍ମପୁରରେ ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା । ଆସ୍କାର ଏକ ଜଙ୍ଗଲ ଭିତରୁ ମିଳିଛି କ୍ୟାସିୟରଙ୍କ ମୃତଦେହ । ଆନ୍ଧ୍ରା ବ୍ୟାଙ୍କର କ୍ୟାସିୟରଙ୍କୁ ପିଟିପିଟି ହତ୍ୟା କରିବା ପରେ ତାଙ୍କୁ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ମୃତ କ୍ୟାସିୟର ଜଣଙ୍କ ଧରାକୋଟ ଥାନା ମୁଣ୍ଡମରାଇ ଗାଁର ବିନାୟକ ବେହେରା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ,  ଛତ୍ରପୁର ଅଞ୍ଚଳର ବିନାୟକ ବେହେରା (୨୭ ବର୍ଷ) ନାମକ ଜଣେ ଯୁବକ ଧରାକୋଟ୍ ଥାନା ଅନ୍ତର୍ଗତ ମୁଣ୍ଡମରେଇସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ କ୍ୟାସିୟର ଭାବେ କାର‌୍ୟ୍ୟ କରୁଥିଲେ। ଆଜି ସକାଳୁ ମୁଣ୍ଡମରେଇ ପାହାଡ଼ ନିକଟରେ ବିନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ୩/୪ଜଣଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି ।

ପୁଲିସ ସୂଚନା ଅନୁଯାୟୀ, ବିନାୟକଙ୍କର ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହି ପ୍ରେମ ସମ୍ପର୍କକୁ ଅନ୍ୟ କେତେକ ବିରୋଧ କରୁଥିଲେ। ତେଣୁ ବିନାୟକଙ୍କୁ ସେହି କାରଣରୁ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ପୁଲିସ୍ କହିଛି ।