ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଦେଖାଯାଇପାରେ ଟଙ୍କାର ସମସ୍ୟା, ବଢିପାରେ ଆପଣଙ୍କ ଟେନସନ୍ ।

1,283

କନକ ବ୍ୟୁରୋ : ଯଦି ବ୍ୟାଙ୍କ ସହ ଜଡିତ ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି, ତେବେ ଆପଣଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାରଣ କାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଏହା ସହ ସେୟାର ବଜାର ମଧ୍ୟ ସୋମବାର ହିଁ ଖୋଲିବ । ତେବେ ଆସନ୍ତୁ ଜାଣିବା କାହିଁକି ତିନି ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।

ଆସନ୍ତା ୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ଆସନ୍ତାକାଲି ଅର୍ଥାତ ଫେବୃଆରୀ ୨୧ ତାରିଖ (ଶୁକ୍ରବାର), ମହାଶିବରାତ୍ରି ପାଇଁ ବ୍ୟାଙ୍କ ଛୁଟି ରହିଛି । ୨୨ ଫେବୃଆରୀ ଅର୍ଥାତ ଶନିବାର ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ, ସେହିଦିନ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ । ସେହିପରି ରବିବାର ସ୍ୱାଭାବିକ ଭାବେ ଛୁଟି ଦିନ । ଅର୍ଥାତ ଆସନ୍ତାକାଲି ଠାରୁ କ୍ରମାଗତ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କାମ ବନ୍ଦ ରହିବ ।

ସବୁଠାରୁ ବଡ କଥା ହେଉଛି, ବ୍ୟାଙ୍କ ବନ୍ଦ ରହୁଥିବାରୁ ଏଟିଏମରେ ଟଙ୍କାର ଅଭାବ ଦେଖାଯାଇପାରେ । ଅନଲାଇନ୍ ବ୍ୟାଙ୍କିଂ ସେବା ପାଇଁ ଏହି ଟେନସନ୍ ନଥିଲେ ମଧ୍ୟ, ଟଙ୍କାର ଅଭାବ ଲୋକମାନଙ୍କୁ ଚିନ୍ତାରେ ପକାଇପାରେ । ସେଥିପାଇଁ ଆପଣ ୩ ଦିନ ପର୍ଯ୍ୟନ୍ତ ପାଖରେ ନଗଦ ଟଙ୍କା ରଖିଥାନ୍ତୁ ।