ଦୁଇ ଦିନରେ ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ ! ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍ 

37

ବ୍ୟାଙ୍କରେ କିଛି ଜରୁରୀ କାମ ଥିଲେ ୨ ଦିନ ଭିତରେ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ । ନହେଲେ ଅସୁବିଧାରେ ପଡ଼ିବେ । କାରଣ ୨୫ ଜାନୁୟାରୀ ପରଠାରୁ ୩ ଦିନ ପର୍ଯ୍ୟନ୍ତ ଶେଷ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ୨୫ ଜାନୁୟାରୀ ପରେ ୨୬ ଜାନୁୟାରୀରେ ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍ । ଏହାପରେ ୨୭ ତାରିଖ ଦିନ ଚତୁର୍ଥ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆଉ ତା’ରେ ୨୮ ତାରିଖ ଦିନ ପଡ଼ୁଛି ରବିବାର । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କରେ ଥିବା ଜରୁରୀ କାମକୁ ଶେଷ କରିଦେବା ଉଚିତ୍ । ନହେଲେ ହଇରାଣ ହେବାର ସମ୍ଭାବନା ରହିଛି

ଏହା ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଯଦି ଆପଣଙ୍କର କାମ ଅଛି, ତେବେ ଜାଣିନିଅନ୍ତୁ ୫ ଦିନ ପର୍ଯ୍ୟନ୍ତ ଅର୍ଥ ୩୦ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ୍ । ସୂଚନାଯୋଗ୍ୟ ଉପରୋକ୍ତ ଦିନ ଗୁଡ଼ିକ ପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ । ତେବେ ୨୯ ଜାନୁୟାରୀ ଦିନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ନିଜର ବ୍ୟାଙ୍କିଂ ସିଷ୍ଟମକୁ ଅପଗ୍ରେଡ଼୍ କରିବ । ସେଥିପାଇଁ ବନ୍ଦ ରହିବ ବ୍ୟାଙ୍କ୍ । ଆଉ ୩୦ ଜାନୁୟାରୀ ଦିନ ମଧ୍ୟ ବ୍ୟାଙ୍କିଂ ସେବା ଆରମ୍ଭ ହେବାରେ ବହୁତ ବିଳମ୍ବ ହେବ ।  ଏଥିପାଇଁ ଆପଣଙ୍କୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ କିଛି କାମ ଥିଲେ ୨୫ ଜାନୁୟାରୀ ପୂର୍ବରୁ କାମ ଶେଷ କରିଦିଅନ୍ତୁ ।