ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ : ଲମ୍ବା ଛୁଟିରେ ରହିବେ ବ୍ୟାଙ୍କ କର୍ମଚାରୀ ! ଜାଣନ୍ତୁ କେବେଠୁ କେବେ ଯାଏଁ ବନ୍ଦ ରହିବ ବ୍ୟାଙ୍କ

55

ଆସନ୍ତା ସେପ୍ଟେମ୍ବର ମାସରେ ଏକ ଲମ୍ବା ବ୍ୟାଙ୍କ ଛୁଟି ପଡିବାର ସମ୍ଭାବନା ରହିଛି । ଏଣୁ ଆଜିଠାରୁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ । ସେପ୍ଟେମ୍ବର ୨ ତାରିଖ ରବିବାର ପଡୁଛି । ସୋମବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖ ହେଉଛି ଜନ୍ମାଷ୍ଟମୀ ଉପଲକ୍ଷେ ଛୁଟି । ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ଓ ୫ ତାରିଖରେ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ବ୍ୟାଙ୍କ ଧର୍ମଘଟ ଡକରା ଦିଆଯାଇଛି । ପେନସନ ଦାବିରେ ୟୁନାଇଟେଡ ଫେଡେରେସନ ଅଫ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି । ଏଣୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା ରହିଛି ।

ଏହିପରିଭାବରେ ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ପୁଣି ବ୍ୟାଙ୍କ ଗୁରୁବାର ( ୬ ତାରିଖ) ଓ ଶୁକ୍ରବାର (୭ ତାରିଖ) ଦିନ ଖୋଲା ରହିବା ପରେ ପୁଣି ଶନିବାର ଓ ରବିବାର ( ସେପ୍ଟେମ୍ବର ୮ ଓ ୯) ଯଥାକ୍ରମେ ୨ୟ ଶନିବାର ଓ ରବିବାର ପାଇଁ ବନ୍ଦ ରହିବ । ଏଣୁ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଅବଶ୍ୟ ଶନିବାର ଦିନଟି ମାସର ପ୍ରଥମ ଶନିବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ । ଏଣୁ ଶନିବାର ସୁଦ୍ଧା ବ୍ୟାଙ୍କରେ ଥିବା ନିଜର ସବୁ ବ୍ୟାଙ୍କ କାମ ସାରିଦିଅନ୍ତୁ ।