ବ୍ୟାଙ୍କ ମିଶ୍ରଣକୁ ବ୍ୟାଙ୍କ ୟୁନିୟନର ବିରୋଧ ! ୟୁନିୟନର ଦାବି, ଏଭଳି ନିଷ୍ପତି ଯୋଗୁଁ ଦୁର୍ବଳ ହୋଇଯିବ ବ୍ୟାଙ୍କ ସେବା, ତୁରନ୍ତ ନିଷ୍ପତି ବଦଳାନ୍ତୁ କେନ୍ଦ୍ର ସରକାର

342

କନକ ବ୍ୟୁରୋ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ପାଇଁ ଆଜି ସରକାର କରିଥିବା ଘୋଷଣାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ବିରୋଧ କରିଛନ୍ତି । ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ମହାସଚିବ ଦେବାଶୀଷ ବସୁ ଚୌଧୁରୀ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥା ଦୁର୍ବଳ ହେବ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଭାବିତ ହେବ । ଅନେକ ଲୋକ ନିଯୁକ୍ତି ହରେଇବେ । ଏଣୁ ସଂଘ ଏହାକୁ ବିରୋଧ କରିବ ।

ସେପଟେ ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ସଂଘ । ନଚେତ୍ ଆଗକୁ ଅଧିକ ବିରୋଧ କରାଯିବ, ଆହୁରି ମଧ୍ୟ ଓଡ଼ିଶା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ । ଏଭଳି ସ୍ଥିତିରେ ଯଦି ଆଗକୁ ସଂଘମାନେ ବ୍ୟାଙ୍କ ଧର୍ମଘଟ କରନ୍ତି ତେବେ ବ୍ୟାଙ୍କ ସେବା ବ୍ୟାହତ ହେବ ।