ଋଣ ନେବା ହେବ ମହଙ୍ଗା ! ବ୍ୟାଙ୍କ ଗୁଡ଼ିକ ସୁଧଦର ବୃଦ୍ଧି କରିବା ପାଇଁ ନେଲେ ନିଷ୍ପତ୍ତି

30

ବ୍ୟାଙ୍କରୁ ଋଣ ନେବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ବଢିପାରେ ସମସ୍ୟା । ଗୃହ ଋଣ ଓ କାର କିଣିବା ପାଇଁ ଋଣ ନେବା ପାଇଁ ଚିନ୍ତା କରୁଥିଲେ ଆସନ୍ତା ମାର୍ଚ୍ଚ ମାସ ଠାରୁ ଆପଣଙ୍କୁ ଅଧିକ ଋଣ ଦେବା ପାଇଁ ପଡ଼ିବ । କାରଣ ବ୍ୟାଙ୍କମାନେ ତାଙ୍କ ସୁଧ ଦର ବଢାଇବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରକୃତ କଥା ହେଲା, ବ୍ୟାଙ୍କ ତା’ର କମୁଥିବା ଲାଭକୁ ଉଚିତ୍ ମାର୍ଗକୁ ଆଣିବା ପାଇଁ ସୁଧହାର ବୃଦ୍ଧି କରିବା ଆରମ୍ଭ କରିଛି । ତେବେ ବର୍ତ୍ତମାନ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥନୈତିକ ସ୍ଥିତିକୁ ନଜରରେ ରଖି ସୁଧଦରରେ କୌଣସି ପରିବର୍ତ୍ତନ କରିନଥିଲା । ଗତ ବୁଧବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ସମ୍ବନ୍ଧୀୟ ବୈଠକରେ ସୁଧ ପାଇଁ କୌଣସି ପରିବର୍ତ୍ତନ ନ କରିବା ପାଇଁ ନିଷ୍ପତି ନେଇଥିଲା । ତେବେ ଅନ୍ୟପଟେ ସେହିଦିନ ହିଁ ଏଚଡିଏଫସି ବ୍ୟାଙ୍କ ଏମସିଏଲଆର ମୂଲ୍ୟରେ ୧୦ଟି ବେସିସ ପଏଂଟ ବୃଦ୍ଧି କରିଛି । ଏହା ପୂର୍ବରୁ ଏକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଇଣ୍ଡସଇଣ୍ଡ ଓ ୟେସ ବ୍ୟାଙ୍କ ଏମସିଏଲଆର ମୂଲ୍ୟରେ ୫/୧୦ ପଇଣ୍ଟକୁ ବୃଦ୍ଧି କରିସାରିଛନ୍ତି ।

କେଉଁ କେଉଁ କାରଣରୁ ଏଭଳି ସମସ୍ୟା ଆସିଛି ?
ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ପାଇଁ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତି ନେଇଛି । କିନ୍ତୁ ଅନ୍ୟ ବ୍ୟାଙ୍କ ଗୁଡ଼ିକ ଆର.ବି.ଆଇ ସହ ସହମତ ନୁହଁନ୍ତି । ବ୍ୟାଙ୍କଗୁଡ଼ିକ ମାର୍କେଟରୁ ଋଣ ନେବା ପାଇଁ ଅଧିକ ଦାମ ଦେବାକୁ ପଡୁଛି । ଏହାକୁ ଦଷ୍ଟିରେ ରଖି ବ୍ୟାଙ୍କ ଏପରି ଜମା ଯୋଜନା ପ୍ରସ୍ତୁତ କରିବା ପାଇଁ ଚାହୁଁଛି, ଯେଉଁଥିରେ ତାଙ୍କୁ ଅଧିକ ସୁଧମିଳିବ । ଏହା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବେସ୍ ରେଟକୁ ଏମସିଏଲଆର ସହ ସଂଯୋଗ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି କାରଣରୁ ହିଁ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ପାଇଁ ଆଶଙ୍କାରେ ରହିଛି ।

ବେସ ରେଟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଧାରିତ ହୋଇଥାଏ । ବେସ ରେଟ ବିନା କୌଣସି ବ୍ୟାଙ୍କ ତାଙ୍କ ଗ୍ରାହକକୁ ଋଣ ଦେଇ ପାରିବ ନାହିଁ । ଏହି ବ୍ୟବସ୍ଥା କରିବା ଦ୍ୱାରା କ୍ରେଡିଟ ମାର୍କେଟେରେ ସ୍ୱଚ୍ଛତା ଆସିଛି । ମହଙ୍ଗା ବଢିବା କାରଣରୁ ସରକାରଙ୍କ ବୋଣ୍ଡ ଦାମ ଉପରେ ବି ପ୍ରଭାବ ପଡିଛି । ବ୍ୟାଙ୍କ ତାରିଖକୁ ବେଶୀ ନଜର ରଖିଥାଏ । କାରଣ କୌଣସି କାରଣରୁ କ୍ଷତି ନ ହେଉ । ଏହି କାରଣରୁ ହିଁ ବ୍ୟାଙ୍କ ଆଗକୁ ବଢିବା ପାଇଁ ପଛଘୁଞ୍ଚା ଦେଇଥାଏ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତବର୍ଷ ଏପ୍ରିଲ ୧ ତାରିଖରେ ମାର୍ଜିନାଲ କୋଷ୍ଟ ଅଫ ବେଷ୍ଟ ଲିଡିଙ୍ଗ ରେଟସ (ଏମସିଏଲଆର)ର ବ୍ୟବସ୍ଥା ଆରମ୍ଭ କରିଥିଲା । ଏହି ବ୍ୟବସ୍ଥା ଦ୍ୱାର ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ପୃଷ୍ଠଭୂମିକୁ ଦେଖି ଋଣ ସୁଧ ଦେବା ପାଇଁ ଧାର୍ଯ୍ୟ କରଯାଇଥାଏ ।