୩ଟି ବ୍ୟାଙ୍କର ମିଶ୍ରଣକୁ ବିରୋଧ: ଆଜି ପୁଣି ବ୍ୟାଙ୍କ ଧର୍ମଘଟ

ଆନ୍ଦୋଳନରେ ୨୧ଟି ସରକାରୀ ବ୍ୟାଙ୍କ,୧୨ ଟି ଘରୋଇ ବ୍ୟାଙ୍କ୍ ହେବେ ସାମିଲ

320

କନକ ବ୍ୟୁରୋ: ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଉଛି । ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହେବେ । ତେବେ ଏଚଡିଏଫସି, ଆଇସିଆଇସିଆଇ, ଏକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆଜିର ଧର୍ମଘଟରେ ସାମିଲ ହେବେ ନାହିଁ ବୋଲି କୁହାଯାଉଛି ।

ଗତ ୨୧ ତାରିଖରେ ଏଆଇବିଓସି ଆହ୍ୱାନରେ ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ହୋଇଥିଲା । ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଏମାନେ ଧର୍ମଘଟକୁ ଓହ୍ଲାଇଥିଲେ । ଏହାପରେ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଛୁଟି ରହିଥିବାବେଳେ ୨୪ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲିଥିଲା । କିନ୍ତୁ ୨୫ତାରିଖରେ ବଡ ଦିନ ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ୨୬ତାରିଖରେ ଆଜି ବ୍ୟାଙ୍କ ଧର୍ମଘଟ ବ୍ୟାଙ୍କ ସେବାକୁ ପ୍ରଭାବିତ କରିବ ।