କଟକ : ବ୍ୟାଙ୍କ ଅଫ୍ ଇଣ୍ଡିଆ ନୟାସଡ଼କ ଶାଖାରେ ଡକାୟତି, ଚାଲି ଚାଲି ଆସି ଲୁଟିନେଲେ ୯ ଲକ୍ଷ ଟଙ୍କା

55

କନକ ବ୍ୟୁରୋ: ବ୍ୟାଙ୍କରୁ ୯ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଟକର ବ୍ୟାଙ୍କ ଅଫ ଇଣ୍ଡିଆ ନୟାସଡ଼କ ଶାଖାରୁ ଦୁର୍ବୃତ୍ତମାନେ ୯ଲକ୍ଷ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ୫ଜଣ ଦୁର୍ବୃତ୍ତ ମାତ୍ର ୨୦ମିନିଟ୍ ଭିତରେ କ୍ୟାସ୍ କାଉଂଟରରୁ ୯ଲକ୍ଷ ୨୦ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଟେର୍ ମଧ୍ୟ ପାଇପାରିନଥିଲେ । ଟଙ୍କା ଗଣତି ସମୟରେ ଲୁଟ୍ ହୋଇଥିବା ନେଇ ଜଣାପଡିବା ପରେ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ସିସିଟିଭି ଯାଂଚ ପରେ ଦୁର୍ବୃତ୍ତମାନେ ବାଲୁବଜାର ଅଂଚଳରୁ ଆସି ଯୋଜନାବଦ୍ଧ ଭାବେ ଟଙ୍କା ଲୁଟ୍ କରିଛନ୍ତି ।

୫ଜଣ ଦୁର୍ବୃତ୍ତ ଗ୍ରାହକ ଭାବେ ବ୍ୟାଙ୍କକୁ ଆସିଥିଲେ । ୩ଜଣ ଲବିରେ ଥିବାବେଳେ ଅନ୍ୟ ଦୁଇ ଜଣ ବ୍ୟାଙ୍କ କ୍ୟାସିଅରଙ୍କ ଚ୍ୟାମ୍ବରକୁ ଯାଇଥିଲେ । ସେହି ସମୟରେ ଜଣେ ଜମାକାରୀ ନିଜ ଜମା ଖାତାରେ ୯ଲକ୍ଷ ୨୦ହଜାର ଟଙ୍କା ଜମା କରିଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ କ୍ୟାସିଅରଙ୍କ ସହ ଜମାକାରୀର ପରିଚୟରେ ସଂଚୟ ଖାତା ସମ୍ପର୍କରେ କଥା ହେଉଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ପଛ ପଟ କବାଟ ବାଟେ ଜମାକାରୀଙ୍କ ୯ଲକ୍ଷ ୨୦ହଜାର ଟଙ୍କା ଲୁଟ କରିନେଇଥିଲା । ଲୁଟ ସମ୍ପର୍କରେ କ୍ୟାସିଅର ଜାଣି ପାରିନଥିଲେ ପରେ ଟଙ୍କା ଗଣତି ସମୟରେ ଲୁଟ୍ ବାବଦରେ ଜଣାପଡିଥିଲା । ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନା ଅଧିକାରୀ ବ୍ୟାଙ୍କରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଜବତ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –