ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ! ଶ୍ରମିକ ସଂଗଠନର ଧର୍ମଘଟ ମଧ୍ୟରେ ବନ୍ଦ ରହିବନି ବ୍ୟାଙ୍କ

118

କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ ଉପରେ ଆଂଶିକ ପ୍ରଭାବ ପଡିବାର ସମ୍ଭାବନା ଅଛି । ବ୍ୟାଙ୍କିଙ୍ଗ ୟୁନିୟନର ଅଧିକାରୀ ଏହାର ସୂଚନା ଦେଇଛନ୍ତି । ଜାନୁୟାରୀରେ ଦୁଇ ଦିନିଆ ସାଧାରଣ ଧର୍ମଘଟର ଆହ୍ୱାନ କରିଛନ୍ତି ।

ଏହି ଦୁଇ ଦିନ ଦେଶର ସବୁଠାରୁ ବଡ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ରେ କାମ ହେଶଇପାରେ । ଏସବିଆଇର ୮୫,୦୦୦ ଶାଖା ଅଛି । ଏହାବ୍ୟତୀତ କିଛି ଅନ୍ୟ ରାଷ୍ଟ୍ରୀୟକୃତ ବ୍ୟାଙ୍କରେ ବି ସାମାନ୍ୟ ଧରଣର କାମ ହେବାର ଆଶ ଅଛି । ସୂଚନା ଅନୁସାରେ, ଏସବିଆଇର ସମସ୍ତ ଶାଖାରେ ପରିଚାଳିତ ହେବ । ବ୍ୟାଙ୍କ କର୍ମଚାରୀ ୟୁନିୟନର କେବଳ ଦୁଇଟି ସଂସ୍ଥା ଧର୍ମଘଟର ଆହ୍ୱାନ କରିଛନ୍ତି । ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଏଜ୍ ଆସୋସିଏସନ୍ ଓ ବ୍ୟାଙ୍କ ଏମ୍ପ୍ଲଏଜ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏସବିଆଇ ବ୍ୟତୀତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସାମାନ୍ୟ କାମ ହେବ । କିଛି ଅନ୍ୟ ବ୍ୟାଙ୍କ ଗୁଡିକରେ କାମ ଆଂଶିକ ଭାବେ ପ୍ରଭାବିତ ହୋଇପାରେ । ମଙ୍ଗଳବାର ଓ ବୁଧବାର ବ୍ୟାଙ୍କ କାମ ସାମାନ୍ୟ ଜାରି ରହିବାର ଆଶା ଅଛି । ରିଜର୍ଭ ବ୍ୟାଙ୍କର କର୍ମଚାରୀ ୮ଜାନୁୟାରୀକୁ ଧର୍ମଘଟର ସମର୍ଥନ କରିଛନ୍ତି ।