ବ୍ୟାଙ୍କରେ ଚାକିରୀ କରିବା ପାଇଁ ଚାହୁଁଛନ୍ତି କି ? ଖାଲି ଅଛି ପଦବୀ ଶୀଘ୍ର ଆବେଦନ କରନ୍ତୁ  ।

31

ଯଦି ଆପଣ ବ୍ୟାଙ୍କରେ ଚାକିରୀ କରିବା ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏଥିପାଇଁ ଯଦି ପ୍ରସ୍ତୁତି ଚଳାଇଛନ୍ତି ତେବେ ଆପଣଙ୍କ ପାଇଁ ଆନ୍ଧ୍ରା ବ୍ୟାଙ୍କ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । କେବଳ ଦଶମ ଶ୍ରେଣୀ ପାସ୍ କରି ଆପଣ ଆନ୍ଧ୍ରା ବ୍ୟାଙ୍କରେ ଚାକିରୀ ପାଇ ପାରିବେ । ଆନ୍ଧ୍ରା ବ୍ୟାଙ୍କ ତରଫରୁ ସବ୍-ଷ୍ଟାଫ୍ ପାଇଁ ନିଯୁକ୍ତି ବାହାରି ଯାଇଛି । ଯେଉଁଥିରେ ୧୧୮୬୫ ଟି ସିଟ୍ ଖାଲି ଅଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ଜାନକାରୀ  ଉପରେ ନଜର ପକାନ୍ତୁ ।

ପଦବୀ- ସବ୍ ଷ୍ଟାଫ୍

ପଦ ସଂଖ୍ୟା- ୧୨ ଟି ପଦବୀ

ଯୋଗ୍ୟତା- ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ମ ପାସ୍ କରିଥିବା ଆବଶ୍ୟକ ।

ଆବେଦନ ତାରିଖ- ଅନଲାଇନ୍ ଆବେଦନ କରିବା ତାରିଖ ହେଉଛି ୧୪ ଜୁନ୍ ୨୦୧୮ ।

ବୟସ ସୀମା- ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୫ ବର୍ଷ ହେବା ଆବଶ୍ୟକ ।

ଦରମା- ୯୫୬୦ ରୁ ୧୮,୫୪୫ ଟଙ୍କା ।