ଅଚଳ ନୋଟ୍ ଅଚଳ ବଜାର : ଆଜି ଖୋଲିବ ବ୍ୟାଙ୍କ, ହେଲେ ବନ୍ଦ ରହିବ ଏଟିଏମ୍

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ର ସରକାର ୫ ଶହ ଟଙ୍କିଆ ଓ ଏକ ହଜାର ଟଙ୍କାକୁ ଅଚଳ ଘୋଷଣା କରିବା ପରେ ବଜାର ମଧ୍ୟ ଅଚଳ ହୋଇପଡିଛି । ଖୁଚୁରା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତେବେ ଆଜି ସକାଳ ୮ଟାରୁ ବ୍ୟାଙ୍କ ଖୋଲୁଛି । ଲୋକେ ନିଜ ପରିଚୟ ପତ୍ର ସଙ୍ଗରେ ନେଇ ନିଜ ଆକାଉଂଟରେ ପୁରୁଣା ନୋଟ ଜମା କରିପାରିବେ ।

ବ୍ୟାଙ୍କ ଗୁଡିକ ରାତି ୮ଟା ଯାଏଁ ଖୋଲାରହିବ । ଏହାସହ ଶନିବାର ଓ ରବିବାର ଦିନ ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ଆଜି ବଜାରକୁ ଆସିବ ନୂଆ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ । ଅନ୍ୟପଟେ ଗତକାଲି ପରି ଆଜି ମଧ୍ୟ ଏଟିଏମ ବନ୍ଦ ରହିବ । ଆସନ୍ତାକାଲିଠାରୁ ସମସ୍ତ ଏଟିଏମ ଖୋଲା ରହିବ । ଏଟିଏମରେ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ରହିବ ।