ବ୍ୟାଙ୍କରେ ଆଧାର ଜରୁରୀ ନୁହଁ ! ଏମିତିରେ ଆପଣଙ୍କୁ ଦେବାକୁ ପଡିବ ଏହି ୫ଟି ଡକ୍ୟୁମେଣ୍ଟ । ଜାଣନ୍ତୁ କ’ଣ କ’ଣ ?

29

ସୁପ୍ରିମକୋର୍ଟଙ୍କ ଆଧାର ଉପରେ ଫଇସଲା ଆସିବା ପରେ ଏବେ ବ୍ୟାଙ୍କ ଗ୍ରାହକଙ୍କୁ କେୱାଇସିର ଅନ୍ୟ ଦସ୍ତାବିଜ୍ ମାଗିପାରେ । ଏମିତିରେ ଗ୍ରାହକଙ୍କ ବ୍ୟାଙ୍କରେ ଦସ୍ତାବିଜ୍ ଭେଲିଡ ରହିବ । ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୋଟିଫାଏଡ୍ ଅନ୍ୟ ଦସ୍ତାବିଜ୍ ଗ୍ରାହକଙ୍କୁ ବ୍ୟାଙ୍କରେ ଜମା କରିବାକୁ ପଡିପାରେ । ଆସନ୍ତୁ ଜାଣିବା ଏହା ବିଷୟରେ….

ଆରବିଆଇ ତରପରୁ ନୋଟିଫାଏଡ୍ ଡକ୍ୟୁମେଣ୍ଟ : ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ଭୋଟର ଆଇ କାର୍ଡ, ପାନକାର୍ଡ ଓ ଜାତୀୟ ରୋଜଗାର ଗ୍ୟାରେଣ୍ଟି ସ୍କିମ(ନରେଗା)ର ଜବ୍ କାର୍ଡ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଦସ୍ତାବିଜ୍ କୁ ଜୁଲାଇ ୨୦୧୭ରେ ନୋଟିଫାଏ କରିଥିଲା । ବ୍ୟାଙ୍କ ଖାତା ଖୋଲିବା ପାଇଁ ଜରୁରୀ ଦସ୍ତାବିଜ୍ ରୂପେ ଏହି କାଗଜ ପତ୍ର କଳାଧନ ଉପରେ ରୋକ୍ ଲଗାଇବା ହିସାବରେ ଜରୁରୀ କରାଯାଇଥିଲା ।

ଆରବିଆଇଙ୍କ ନୂଆ ନିର୍ଦ୍ଦେଶର ଅପେକ୍ଷାରେ : ବ୍ୟାଙ୍କ କର୍ମଚାରୀଙ୍କ କହିବାନୁସାରେ, ଆଧାର ଉପରେ ସୁପ୍ରିମକୋର୍ଟଙ୍କ ଫଇସଲା ପରେ ସେମାନେ ଏହି ଅପେକ୍ଷାରେ ଅଛନ୍ତି କି, ରିଜର୍ଭ ବ୍ୟାଙ୍କ ଏବେ କ’ଣ ନିର୍ଦ୍ଦେଶ ଜାରି କରିବ । ବ୍ୟାଙ୍କ ଏବେ ସେହି ଗ୍ରାହକଙ୍କ ସ୍ଥିତି ବିଷୟରେ ବୁଝାଇବାକୁ ଚାହୁଁଛି, ଯାହାଙ୍କ ଆଧାର ବ୍ୟାଙ୍କ ଖାତା ସହ ଲିଙ୍କ ଅଛି ।

ବ୍ୟାଙ୍କ ଖାତାରୁ ଅଲଗା କରିପାରିବେ ଆଧାର : ସୁପ୍ରିମକୋର୍ଟଙ୍କ ଫଇସଲା ପୂର୍ବରୁ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ରୁ ଆଧାର ଲିଙ୍କ କରିବା ଜରୁରୀ କରାଯାଇଥିଲା । ଏବେ ଯେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହା ବିକଳ୍ପ ହୋଇଯାଇଛି । ଏବେ ଗ୍ରାହକ ବ୍ୟାଙ୍କରୁ ନିଜ ଆଧାର ଡି-ଲିଙ୍କ ବି କରିପାରିବେ ।