ଢେଙ୍କାନାଳ: ଭୁବନ ଗୋଡା ଗ୍ରାମ୍ୟବ୍ୟାଙ୍କରୁ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ,୫ ଜଣଙ୍କୁ କାବୁ କଲା ପୁଲିସ

60

କନକ ବ୍ୟୁରୋ : ଢେଙ୍କାନାଳ ଭୁବନ ଗୋଡା ଗ୍ରାମ୍ୟବ୍ୟାଙ୍କରୁ ଦିନ ଦ୍ୱିପହରରେ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ୮ ରୁ ୧୦ ଜଣ ଲୁଟେରା ଏହି ଡକାୟତି କରିଛନ୍ତି । ହଠାତ ବ୍ୟାଙ୍କ ଭିତରକୁ ୮ରୁ ୧୦ ଜଣ ଲୁଟେରା ପଶିଆସିଥିଲେ । ଏହା ପରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇବା ସହ ମାଡ ମଧ୍ୟ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡରେ ବ୍ରାଂଚ ମ୍ୟାନେଜର ଓ କ୍ୟାସିୟର ଆହତ ହୋଇଛନ୍ତି । ଜଣେ ଡକାୟତକୁ ସ୍ଥାନୀୟ ଲୋକେ ଗୋଡାଇ ଗୋଡାଇ ଧରିଥିବା ବେଳେ ଆଉ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଗୋଟିଏ ବାଇକ ମଧ୍ୟ ସେମାନଙ୍କ ନିକଟରୁ ଜବତ ହୋଇଛି । ଅନ୍ୟ ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି ।

ନ୍ୟଜ୍ ସହ ଦେଖନ୍ତୁ ଏହି ଭିଡିଓ :