ବ୍ୟାଙ୍କରେ ଲୋନ୍ ଆପ୍ଲାଏ କରୁଛନ୍ତି କି ! ଭୁଲରେ ବି ଏହି ୪ ଟି ଭୁଲ୍ କରନ୍ତୁ ନାହିଁ ଅସୁବିଧାରେ ପଡିପାରନ୍ତି ।
ବ୍ୟାଙ୍କରେ ଯଦି ଲୋନ୍ ଆପ୍ଲାଏ କରିବାକୁ ଭାବୁଛନ୍ତି ତେବେ ଭୁଲରେ ବି ଏହି ୪ ଟି ଭୁଲ୍ କରନ୍ତୁ ନାହିଁ ନଚେତ୍ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ଲୋକମାନେ ଆଜିକାଲି କ୍ରେଡିଟ୍ କାର୍ଡରେ କିଣାବିକା କରିବାକୁ ପସନ୍ଦ କରୁଛନ୍ତି କିନ୍ତୁ କାମ ସରିବା ପରେ କିଛି ଏମିତି ଭୁଲ କରୁଛନ୍ତି ଯାହାର ପରିଣାମ ବ୍ୟାଙ୍କ ଆଗରେ ନିଜର ଇମେଜ୍ ଖରାପ କରୁଛନ୍ତି । ଏହି ଭୁଲର ପରିଣାମ କ୍ରେଡିଟ୍ ସ୍କୋର ଉପରେ ସିଧାସଳଖ ପଡୁଥିବାରୁ ଏହା ବ୍ୟାଙ୍କ୍ ଲୋନ୍ ନଦେବା ଭଳି ପରିସ୍ଥିତି ଉପୁଯାଇପାରେ । ୧. ଋଣ ନେବାକୁ ଚେଷ୍ଟା କରନ୍ତୁ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
କୌଣସି ଋଣ ବା ଲୋନ୍ ନେବାକୁ ଚେଷ୍ଟା କରନ୍ତୁ ନାହିଁ ଏହାଦ୍ୱାରା ଏକ ଭଲ କ୍ରେଡିଟ୍ ସ୍କୋର ମିଳିବ ନାହିଁ । ସିଭିଲ୍ ଭଳି କ୍ରେଡିଟ୍ ରେଟିଙ୍ଗ୍ କମ୍ପାନୀମାନଙ୍କ ପାଇଁ କୌଣସି ଲୋନ୍ ବା ଋଣର ନହେବା ଏକ ଖରାପ କ୍ରେଡିଟ୍ ସ୍କୋର ହୋଇଥାଏ । ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରୀ ଯଦି ଖରାପ ଥିବ ତେବେ ବ୍ୟାଙ୍କ ଆପଣଙ୍କ ଉପରେ ଭରଷା କରିପାରିବ ନାହିଁ ।
୨. ଏକରୁ ଅଧିକ କ୍ରେଡିଟ୍ କାର୍ଡ ।
ଆପଣଙ୍କ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥିଲେ କ୍ରେଡିଟ୍ ସ୍କୋର ଉପରେ ଏହାର ଖରାପ ପ୍ରଭାବ ପଡିବ । ତେଣୁ ଅଯଥା ଅଫର୍ ଚକ୍କରରେ ନପଡି ଗୋଟିଏ କ୍ରେଡିଟ୍ କାର୍ଡରେ ସନ୍ତୁଷ୍ଟ ରୁହନ୍ତୁ ।
୩. କ୍ରେଡିଟ୍ କାର୍ଡର ବିଲ୍ ଭରିବା ପରେ ଏହାକୁ ବନ୍ଦ କରିବା ଭୁଲ କରନ୍ତୁ ନାହିଁ ।
ବିଲ୍ ଦେଇସାରିବା ପରେ କ୍ରେଡିଟ୍ କାର୍ଡକୁ ଅନ୍ ରଖିବାରେ ହିଁ ବୁଦ୍ଧିମତା ଅଛି । ତେଣୁ ବିଲ୍ କରିବା ପରେ ବି ଏହାକୁ ବନ୍ଦ କରନ୍ତୁ ନାହିଁ ।
୪. ଇଏମଆଇ ବିଲକୁ ଡେରିରେ ପଇଠ କରନ୍ତୁ ନାହିଁ ।
କୌଣସି ଇଏମଆଇ କରି ବିଲ ପଇଠ କରିବାରେ କିମ୍ବା ଡେରି କରିବାରେ ଆପଣଭ୍କୁ ଶୁଳ୍କ ଲାଗିବ ତ ଲାଗିବ କିନ୍ତୁ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଏହାର ଖରାପ ପ୍ରଭାବ ପଡିବ ।