ବ୍ୟାଙ୍କ ବଢାଇଲା ସୁଧହାର ! ଏଣିକି ଋଣ ଉପରେ ବଢିବ ଇଏମଆଇ ।

1

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ରେପୋ ହାରରେ ୦.୨୫% ବୃଦ୍ଧି ଘୋଷଣା କରିଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟି ତିନି ଦିନ ମାନସ ମନ୍ଥନ କରିବା ପରେ ସୁଧ ହାର ବଢ଼ାଇବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ, ଜୁନ୍ ମାସରେ ରେପୋ ହାର ୦.୨୫% ବଢ଼ିଥିଲା । ରିଭର୍ସ ରେପୋ ହାର ମଧ୍ୟ ୦.୨୫% ବଢ଼ିଛି । ଫଳରେ ରେପୋ ହାର ୬.୫୦% ଓ ରିଭର୍ସ ରେପୋ ହାର ୬.୨୫% ହୋଇଯାଇଛି ।

ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇଥିବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ନିଜ ଋଣ ସୁଧ ବଢ଼ାଇବା ଉପରେ ବିଚାର କରିବେ । ଗୃହ ଋଣ ଉପରେ ଇଏମଆଇ ବୋଝ ବଢ଼ିବ । ଉଦାହରଣ ସ୍ୱରୂପ, ଯଦି ଜଣେ ଗ୍ରାହକ ୩୦ ଲକ୍ଷ ଟଙ୍କାର ଗୃହ ଋଣକୁ ୮.୫% ସୁଧ ହାରରେ ୨୦ ବର୍ଷିଆ ଅବଧି ପାଇଁ ନେଇଥିବେ ତେବେ ତାଙ୍କର ଇଏମଆଇ ହେଉଛି ୨୬,୦୩୪ ଟଙ୍କା । ଯଦି ତାଙ୍କ ବ୍ୟାଙ୍କ ସୁଧ ହାରରେ ଆଉ ୦.୨୫% ବୃଦ୍ଧି କରିବେ ତେବେ ଇଏମଆଇ ପରିମାଣ ୨୬,୫୧୧ ଟଙ୍କା ହୋଇଯିବ । ଅର୍ଥାତ ତାଙ୍କ ଇଏମଆଇରେ ୪୪୭ ଟଙ୍କା ଭଳି ବୃଦ୍ଧି ହେବ । ତେବେ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ରଖିଥିବା ଗ୍ରାହକମାନଙ୍କୁ ମଧ୍ୟ ଲାଭ ମିଳିବାର ବହୁତ ସମ୍ଭାବନା ରହିଛି । ବ୍ୟାଙ୍କଗୁଡ଼ିକ ଏଫଡି ସୁଧ ହାର ବଢ଼ାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Comments are closed.