ବ୍ୟାଙ୍କ କର୍ମଚାରୀଙ୍କ ଉପରେ ଜୁଲମ୍ ! ଦିନକୁ ୧୬ ଟି ଆଧାର କାର୍ଡ ନ କଲେ,କଟିବ ଦରମା ।

68

ବିଶିଷ୍ଟ ଆଇଡି ପ୍ରଧୀକରଣ (ୟୁଆଇଡିଏଆଇ)ର ନିର୍ଦ୍ଧେଶକୁ ନେଇ ଏବେ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୟୁଆଇଡିଏଆଇର ନିର୍ଦ୍ଧେଶ ଅନୁସାରେ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ତରଫରୁ ପ୍ରତିଦିନ ୧୬ ଟି ଲେଖାଏଁ ଆଧାର କାର୍ଡ ନ ହେଲେ ବ୍ୟାଙ୍କ କର୍ମଚାରୀଙ୍କ ଦରମା ହ୍ରାସ ପାଇବାର ସୂଚନା ପ୍ରବନ୍ଧ ନିର୍ଦ୍ଧେଶକଙ୍କୁ ଦିଆଯାଇଥିଲା । ବ୍ୟାଙ୍କ୍ ଉପରୋକ୍ତ ବିଭାଗର କଥାକୁ ସମ୍ମାନ ଜଣାଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ଏହାର ସୂଚନା ଦେଇଛି । ୟୁଆଇଡିଏଆଇ ଆଧାର କାର୍ଡ ପଞ୍ଜୀକରଣ ସହ ବ୍ୟାଙ୍କ୍ ଶାଖାକୁ ମଧ୍ୟ ଜୋରିମାନା ଦେବାପାଇଁ ନିର୍ଦ୍ଧେଶ ଦେଇଛି । ଇତିମଧ୍ୟରେ ବ୍ୟାଙ୍କ୍ ମୁଖ୍ୟାଳୟ ସବୁ ଶାଖା ବ୍ୟାଙ୍କକୁ ଚେତାବନୀ ଦେଇଛନ୍ତି ଯେ ଯଦି ଆଧାର କାର୍ଡ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ ବ୍ୟାଙ୍କକୁ ଏଥିପାଇଁ ଯଦି ଜୋରିମାନା ଦେବାକୁ ପଡେ ତେବେ ବ୍ୟାଙ୍କ କର୍ମଚାରୀଙ୍କ ମାସିକ ବେତନକୁ ହ୍ରାସ କରାଯିବ । ବ୍ୟାଙ୍କର ଉପରସ୍ଥ ଅଧିକାରୀ ୟୁଆଇଡିଏଆଇର ନିର୍ଦ୍ଧେଶକୁ କର୍ମଚାରୀ ପୂରଣ ନ କରିପାରିଲେ ବେତନ କାଟିବା ପାଇଁ କହିଛନ୍ତି । ଅବୈଧ ରୁପେ ବେସରକାରୀ କେନ୍ଦ୍ରରେ ଆଧାର କାର୍ଡ ହେଉଥିବା ନେଇ ଖବର ଆସିବା ପରେ ୟୁଆଇଡିଏଆଇ ତରଫରୁ ବେସରକାରୀ କେନ୍ଦ୍ରରେ ଆଧାର କାର୍ଡ ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଥିଲା । ଏହାପରେ ବ୍ୟାଙ୍କ୍ ଏବଂ ଡାକଘରେ ଆଧାର କାର୍ଡ ପ୍ରସ୍ତୁତ କରିବା ନିୟମ ଲାଗୁ ହୋଇଥିଲା । ଦେଶରେ ଏଯାବତ୍ ୧୨୧ ଟି ଆଧାର କାର୍ଡ ପଞ୍ଜୀକୃତ ହୋଇଯାଇଛି । ଅଧିକ ଲୋକ ଏବେ ମୋବାଇଲ୍ ନମ୍ବର ସମେତ ଅନ୍ୟ ପରିବର୍ତ୍ତନ ପାଇଁ ବ୍ୟାଙ୍କର ଦ୍ୱାରସ୍ଥ ହେଉଛନ୍ତି । ଏମିତିରେ ବ୍ୟାଙ୍କ କର୍ମଚାରୀଙ୍କ କାମ ହେଉଛି ସେହି ଲୋକମାନଙ୍କୁ ଖୋଜିବା ଯେଉଁମାନଙ୍କ ଏଯାବତ୍ ଆଧାର କାର୍ଡ ହୋଇନାହିଁ ।