ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି କାରଣରୁ ଏଟିଏମ୍ ରେ ହୋଇପାରେ କ୍ୟାସ୍ ସମସ୍ୟା : ସାବଧାନତାର ସହ କରନ୍ତୁ ଖର୍ଚ୍ଚ

50

ଯଦି ଆପଣଙ୍କ ପାଖରେ ବ୍ୟାଙ୍କର କୈାଣସି କାମ ଅଛି, ଯାହା ବ୍ୟାଙ୍କ ବନ୍ଦ ହେବା ଫଳରେ ଅଟକି ଯାଇଛି । ତେବେ ୨ ଦିନ ଛୁଟି ପରେ ଆପଣ ସେହି କାମ ଶନିବାର ଦିନ କରିପାରିବେ । ପାର୍ବଣ ଋତୁ ଚାଲିଛି । ମହାନବମୀ ଅର୍ଥାତ୍ ୧୮ ଅକ୍ଟୋବରକୁ ବ୍ୟାଙ୍କ ଛୁଟି ଥିଲା । ଆଜି ୧୯ ଅକ୍ଟୋବରରେ ଦଶହରା ଅବସରରେ କେତେକ ରାଜ୍ୟରେ ବ୍ୟାଙ୍କ ଗୁଡିକର ଛୁଟି ଘୋଷଣା ହୋଇଛି ।

୨୦ ଅକ୍ଟୋବର ମାସର ତୃତୀୟ ଶନିବାର । ସେଥିପାଇଁ ଏହି ଦିନ ବ୍ୟାଙ୍କ ଖୋଲା ରହିବ । ୨୧ ଅକ୍ଟୋବର ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ କ୍ୟାସର ବ୍ୟବହାର ସାବଧାନତାର ସହ କରନ୍ତୁ । ନଭେମ୍ବରରେ ବି ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି ରହିବ । ଆସନ୍ତା ମାସ ଦିପାବଳୀ, ଗୋବର୍ଦ୍ଧନ ପୂଜା ଓ ଭାଇଦୂଜ୍ ପରେ ଦ୍ୱିତୀୟ ଶନିବାର ଓ ରବିବାର ଅର୍ଥାତ୍ ଲଗାତାର ୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି କାରଣରୁ ଏଟିଏମ୍ ରେ କ୍ୟାସ୍ ର ସମସ୍ୟା ହୋଇପାରେ । ଏମିତିରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।