ପରକୀୟା ପ୍ରୀତିର ବିଭତ୍ସ ପରିଣତି ! ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ପରେ ଜଙ୍ଗଲରୁ ମିଳିଲା ମୃତଦେହ, ପୋଲିସର ତନାଘନା ।

510

କନକ ବ୍ୟୁରୋ : ଆସ୍କାର ଜଣେ ବ୍ୟାଙ୍କ କ୍ୟାସିଅରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ମୃତଦେହକୁ ଗାଁ ମୁଣ୍ଡରେ ଫୋପାଡି ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହତ୍ୟା ପୂର୍ବରୁ କ୍ୟାସିଅରଙ୍କୁ ବ୍ୟାଙ୍କରୁ ଡାକିନେଇଥିଲେ ଦୁର୍ବୃତ । ଆଉ ସେହି ସମୟର ଚିତ୍ର କଏଦ ହୋଇଥିଲା ସିସିଟିଭିରେ । କାହିଁକି କ୍ୟାସିଅରଙ୍କୁ ଅତି ନିଷ୍ଠୁର ଭାବେ ହତ୍ୟା କରାଗଲା ତାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ହତ୍ୟାକାଣ୍ଡର କାରଣ ହେଲା ପରକିୟା ପ୍ରୀତି । ଆଉ ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ମୁଣ୍ଡମରାଇ ଗାଁରେ ।

ପରକୀୟା ପ୍ରୀତିର କରୁଣ ପରିଣତି । ବ୍ୟାଙ୍କ କ୍ୟାସିଅରଙ୍କୁ ପିଟି ପିଟି ହତ୍ୟା । ଏହି ରକ୍ତ ଜୁଡୁବୁଡୁ ଶରୀର ବୟାନ କରୁଛି କିପରି ନୃଶଂସ ଭାବରେ ଆନ୍ଧ୍ର ବ୍ୟାଙ୍କର କ୍ୟାସିଅରଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ହତ୍ୟା ପରେ ମୋରମ ପାହଡ ନିକଟରେ ଫୋପାଡି ଦିଆଯାଇଛି ମୃତଦେହ । ହତ୍ୟାକାଣ୍ଡ ପଛର କାରଣ ହେଲା ପରକୀୟା ପ୍ରୀତି । ଅଭିଯୋଗ ହୋଇଛି, ସ୍ଥାନୀୟ ଅଂଚଳର ଜଣେ ଦଶମ ଶ୍ରେଣୀ ପଢୁଥିବା ନାବାଳିକାଙ୍କ ସହ ପ୍ରେମ କରି ବସିଥିଲେ ବ୍ୟାଙ୍କ କ୍ୟାସିଅର ବିନାୟକ ବେହେରା । ଧୀରେ ଧୀରେ ନିବିଡ ହୋଇଥିଲା ସମ୍ପର୍କ । କୁହାଯାଉଛି, କ୍ୟାସିଅର ଜଣଙ୍କ ଏହି ନାବାଳିକାଙ୍କ ସହିତ ଅସଂଜତ ଅବସ୍ଥାରେ ଥିବା ସମୟରେ ନାବାଳିକାର ଭାଇ ଦେଖିଦେଇଥିଲେ । ଆଉ ତାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ତାଜୁବ କରିଦେଇଛି ।

ଗତକାଲି ସନ୍ଧ୍ୟାର ଘଟଣା । ପ୍ରାୟ ୪ଜଣ ଲୋକ ଆସିଥିଲେ କ୍ୟାସିଅରଙ୍କ ଘରକୁ । କାମ ଅଛି କହି ତାଙ୍କୁ ସାଙ୍ଗରେ ଡାକି ନେଇଥିଲେ । କିଛି ଦୂରରେ ଥିବା ମୋରମ ପାହଡ ନିକଟରେ ଅତି ନିର୍ମମ ଭାବେ ବ୍ୟାଙ୍କ କ୍ୟାସିଅରଙ୍କୁ ପିଟି ପିଟି ଜୀବନରେ ମାରିଦେଇଥିଲେ । ଅତି ନିଷ୍ଠୁର ଭାବେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ ଦୁର୍ବୃତ । ଆଉ ସେହିଠାରେ ଫୋପାଡି ଦେଇଥିଲେ ମୃତଦେହ ।

ହତ୍ୟା ମାମଲା ରୁଜୁ କରି ନାବାଳିକା ସମେତ କିଛି ଯୁବକଙ୍କୁ ଅଟକ ରଖି ତନାଘନା କରୁଛି ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ଥାନା ମାଗୁରା ପାହାଡରେ ଜଣେ ଯୁବକକୁ ପଥରରେ ଛେଚି ହତ୍ୟା କରିବା ଘଟଣା ଉପରୁ ପରଦା ନହଟୁଣୁ କ୍ୟାସିଅରଙ୍କୁ ହତ୍ୟା ପୁରା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଗତ ୩ବର୍ଷ ଧରି ବିନାୟକ ବେହେରା ଆସ୍କାର ଆନ୍ଧ୍ର ବ୍ୟାଙ୍କରେ କ୍ୟାସିଅର ଭାବେ କାମ କରୁଥିଲେ । ତେବେ କ୍ୟାସିଅରଙ୍କ ପାଇଁ କାଳ ପାଲଟିଥିଲା ନାବାଳିକା ସହ ସମ୍ପର୍କ । ଏଠି ପ୍ରଶ୍ନ ଉଠୁଛି ଏହି କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ ।