ବ୍ୟାଙ୍କରେ ଖାତା ଖୋଲିଛନ୍ତି କିନ୍ତୁ ବ୍ୟବହାର କରୁନାହାନ୍ତି ତ ? ହୁସିଆର ! ଚୁପ୍ ବସିବନି ବ୍ୟାଙ୍କ , ଏଭଳି ପ୍ରକ୍ରିୟାରେ ଦେବ ଉତ୍ତର ।

56

ବ୍ୟାଙ୍କରେ ଜମାଖାତା ଖୋଲି ମଧ୍ୟ ଯଦି ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଭଳି କାର୍ଯ୍ୟ ଯଦି ଆପଣ କରୁଛନ୍ତି ତେବେ ଆଗକୁ ଆସୁଥିବା ବିଭିନ୍ନ ସୁବିଧାରୁ ଆପଣ ବଞ୍ଚିତ ହୋଇଯିବେ । ଯଦି ଆପଣ କୌଣସି ବ୍ୟାଙ୍କ ଖାତାରେ ୧ ବର୍ଷ ପର୍ଯ୍ୟନ୍ତ କୌଣସି ନେଣଦେଣ କରୁନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ‘ଇନଅପରେଟିଭ’ ଆକାଉଣ୍ଟରେ ପରିଣତ ହୋଇଯିବ । ନେଣ-ଦେଣ ପ୍ରକ୍ରିୟା ଅର୍ଥ ଆପଣଙ୍କ ଖାତାରେ ଟଙ୍କା ଆସିବା ଏବଂ ଯିବା ପ୍ରକ୍ରିୟାକୁ ବୁଝାଏ । ଏହା ଆପଣ ଡେବିଟ କାର୍ଡ,ଏଟିଏମ୍ ରୁ ଟଙ୍କା ଉଠାଇବା,ଟଙ୍କା ଡିପୋଜିଟ୍ କରିବା,ଚେକ୍ ଜାରୀ କରିବା ଭଳି ଗତିବିଧି ଜରିଆରେ ପୂରଣ କରିଥାନ୍ତି ।

 

’ଣ ଏହି ‘ଇନଅପରେଟିଭ ଆକାଉଣ୍ଟ’ ?

ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ମୁତାବକ ଯଦି କୌଣସି ବ୍ୟାଙ୍କ ଖାତାରେ ବର୍ଷେ ପର୍ଯ୍ୟନ୍ତ କୌଣସି ନେଣଦେଣ ହୋଇନାହିଁ ତେବେ ଏହି ଆକାଉଣ୍ଟକୁ ‘ଇନଅପରେଟିଭ ଆକାଉଣ୍ଟ’ କୁ ଆକାଉଣ୍ଟ ଶ୍ରେଣୀ ବିଭାଗ କରାଯିବ । ଏହା ଏଥିପାଇଁ କରାଯାଏ କାରଣ ଉପଭୋକ୍ତା କୌଣସି ସମ୍ଭାବିତ ଠଳାମିର ଶିକାର ହେଲେ ତାଙ୍କୁ ବଞ୍ଚାଯାଇପାରିବ ।

କ’ଣ କ୍ଷତି ହେବ ?

ଯେତେବେଳେ ଆପଣଙ୍କ ଖାତା ‘ଇନଅପରେଟିଭ ଆକାଉଣ୍ଟ’ କୁ ଚାଲିଯାଏ । ଏହାପରେ ଆପଣ ଡେବିଟ୍ କାର୍ଡ ଏବଂ ନୂଆ ଚେକ୍ ବୁକ୍ ପାଇଁ ଆପ୍ଲାଏ କରିପାରିବେ ନାହିଁ । ଇଣ୍ଟରନେଟ୍ ବ୍ୟାକିଂଙ୍ଗର ୟୁଜର ଆଇଡି ଏବଂ ପାସୱାର୍ଡ ମଧ୍ୟ ଆପଣଭ୍କୁ ମିଳିବ ନାହିଁ ।

ଆଗକୁ କ’ଣ ହେବ ?

ଆପଣଙ୍କ ଖାତା ଇନଅପରେଟିଭ ହେବା କ୍ଷଣି ବ୍ୟାଙ୍କ ଆପଣଙ୍କୁ ଏନେଇ ପ୍ରଥମେ ସୁଚିତ କରାଇଥାଏ । କିନ୍ତୁ ଏହାପରେ ଯଦି ଆପଣ ମଧ୍ୟ ନେଣଦେଣରେ ବିଳମ୍ବ କରନ୍ତି ତେବେ ୨୪ ମାସ ପରେ ଏହା ‘ଡୋରମେଣ୍ଟ୍’ ଆକାଉଣ୍ଟ ହୋଇଯିବ ।

ଡୋରମେଣ୍ଟ୍ ଆକାଉଣ୍ଟ କ’ଣ ?

ଯେକୌଣସି ବ୍ୟାଙ୍କରୁ ୨୪ ମାସ ମଧ୍ୟରେ କୌଣସି ନେଣଦେଣ ହୋଇନଥିଲେ ,ଏହାକୁ ବ୍ୟାଙ୍କ ଡୋରମେଣ୍ଟ୍ ଆକାଉଣ୍ଟର ଶ୍ରେଣୀରେ ପକାଇଥାଏ । ଆକାଉଣ୍ଟ ଗୋଟିଏ ଥର ଡୋରମେଣ୍ଟ୍ ହୋଇଗଲେ ଆପଣ ଆଉ କୌଣସି ବ୍ୟାଙ୍କରେ ନେଣଦେଣ କରିବାର ସୁବିଧା ପାଇପାରିବେ ନାହିଁ ।

ଏଥିରେ କ୍ଷତି କ’ଣ ?

ଖାତା ଡୋରମେଣ୍ଟ୍ ହେବା ପରେ ଇନଅପରେଟିଭ ହେବା ସମୟରେ ଯେଉଁ ସୁବିଧା ମିଳିପାରୁନଥିଲା,ତାହା ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯିବ । ଏହାପରେ ନା ଆପଣ ଏଟିଏମ୍ ବ୍ୟବହାର କରିପାରିବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଫୋନ୍ ବ୍ୟାଙ୍କିଙ୍ଗର ସୁବିଧାରୁ ମଧ୍ୟ ଆପଣ ବଞ୍ଚିତ ହୋଇଯିବେ ।

ଭଲ ଖବର କ’ଣ ?

ଯଦି ଆପଣଙ୍କ ଖାତା ଇନଅପରେଟିଭ କିମ୍ବା ଡୋରମେଣ୍ଟ୍ ହୋଇଯାଉଛି ତେବେ ଆପଣଙ୍କ ଖାତାରେ ଥିବା ଟଙ୍କାର ସୁଧ ଆପଣଙ୍କୁ ମିଳୁଥିବ ।

କିଭଳି ଆକ୍ଟିଭ କରିବେ ?

ଆପଣଙ୍କ ଖାତା ଇନଅପରେଟିଭ୍ ହୋଇଗଲେ ଏହାକୁ ଆପଣ ଆକ୍ଟିଭ କରିପାରିବେ । କିଛି ବ୍ୟାଙ୍କ ଏହାର ସୁବିଧା ଆପଣଙ୍କୁ ଦେଉଛି । ଯେଉଁଥିପାଇଁ ଆପଣଙ୍କୁ ଏକ ଆକ୍ଟିଭେସନ୍ ଫର୍ମ ପୂରଣ କରିବାକୁ ପଡିପାରେ । ଡୋରମେଣ୍ଟ୍ କୁ ପୁଣି ଥରେ ଆକ୍ଟିଭ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯାଇ ଫର୍ମ ପୂରଣ କରିବାକୁ ପଡିବ ।