ବ୍ୟାଙ୍କ୍ ଖାତା ପାଇଁ ଅସୁବିଧା ସୃଷ୍ଟି କରିବ ଆଧାର ! ପଢ଼ନ୍ତୁ ଏହି ରିପୋର୍ଟ ନହେଲେ ଅସୁବିଧାରେ ପଡ଼ିବେ

65

ବ୍ୟାଙ୍କ ଖାତା ଥିଲେ ଏବେ ଆଧାର ପାଇଁ ଆପଣ ଅସୁବିଧା ଭୋଗିପାରନ୍ତି । ଯଦି ଆପଣ ଏନେଇ ଧ୍ୟାନ ଦେବେନି ତେବେ ଅସୁବିଧାରେ ପଡ଼ିପାରନ୍ତି । ଆଧାର କାର୍ଡ଼ ଦେଇ ବ୍ୟାଙ୍କ ଖାତା ଖୋଲିଥିଲେ ମଧ୍ୟ ୩୧ ମାର୍ଚ୍ଚ ୨୦୧୮ ପୂର୍ବରୁ ସେଥିରେ ଆଧାର କାର୍ଡ଼ ନମ୍ବର ଲିଙ୍କ୍ କରିବା ଜରୁରୀ । ବ୍ୟାଙ୍କ ତରଫରୁ ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଏକ ନିଶ୍ଚିତ ସମୟ ସୀମା ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ସହ ଆଧାର ସହ ଲିଙ୍କ୍ ନହେବା ପର୍ଯ୍ୟନ୍ତ ଆପଣଙ୍କ ବ୍ୟାଙ୍କ ଖାତା ବନ୍ଦ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ବ୍ୟାଙ୍କ୍ ଖାତାକୁ ଆଧାର ସହ ଯୋଡ଼ିବା ପାଇଁ ଅନେକ ବ୍ୟାଙ୍କର ୱେବସାଇଟରେ ମଧ୍ୟ ସୁବିଧା ଦିଆଯାଇଛି । ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ କରାଇବା ଜରୁରୀ । ବ୍ୟାଙ୍କ୍ ଅଧିକାରୀଙ୍କ ମୁତାବକ, ଯେଉଁ ଗ୍ରାହକମାନେ ନିଜ ଆଧାର କାର୍ଡ଼ର ଆଇଡ଼ି ଦେଇ ବ୍ୟାଙ୍କ୍ ଖାତା ଖୋଲିଛନ୍ତି, ତାଙ୍କୁ ମଧ୍ୟ ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ଆଧାର ନମ୍ବର ସହ ଲିଙ୍କ୍ କରାଇବା ପାଇଁ ପଡ଼ିବ । ଏଥିପାଇଁ ବ୍ୟାଙ୍କ୍ ଅନେକ ବିକଳ୍ପ ଉପଲବ୍ଧ କରାଉଛନ୍ତି । ପ୍ରଥମେ ବିକଳ୍ପ ଅନୁସାରେ ଆପଣ ନିକଟସ୍ଥ ବ୍ୟାଙ୍କ୍ ଶାଖାକୁ ଯାଇ ନିଜର ଆଧାର କାର୍ଡ଼ର ଫଟୋକପି ଦେଇ ଖାତାକୁ ଆଧାର ସହ ଯୋଡ଼ିପାରିବେ ।

ଆଉ ଏକ ବିକଳ୍ପ ହେଲା ଆପଣ ଏସଏମଏସ୍ ଦ୍ୱାରା ମଧ୍ୟ ଲାଭ ଉଠାଇପାରିବେ । ତୃତୀୟ ବିକଳ୍ପ ଅନୁସାରେ ଆପଣ ନିଜ ବ୍ୟାଙ୍କର ୱେବସାଇଟକୁ ଲଗ୍ ଇନ୍ କରି ନିଜର ଆଧାର ନମ୍ବର ଅପଡ଼େଟ୍ କରିପାରିବେ । ଚତୁର୍ଥ ବିକଳ୍ପ ଅନୁସାରେ ଆପଣ ନିଜ ଏଟିଏମକୁ ମଧ୍ୟ ବ୍ୟବହାର କରବପାରିବେ । ଏଥିପାଇଁ ଆଧାର ନମ୍ବରର ଖାତାସଂଖ୍ୟା ଲେଖି ନିଜ ବ୍ୟାଙ୍କକୁ ଏସଏମଏସ୍ କରିପାରିବେ । ଏସଏମଏସ୍ ପଠାଇବା ପାଇଁ ବ୍ୟାଙ୍କ ଏକ ସ୍ୱତନ୍ତ୍ର କୋଡ଼୍ ଦିଅନ୍ତି । ଏହି କୋର୍ଡ଼ର ସୂଚନା ନିଜ ବ୍ୟାଙ୍କରୁ ମିଳିପାରିବ । ଏହାପରେ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଆପଣ ଏସଏମଏସ୍ ପଠାନ୍ତୁ । ବ୍ୟାଙ୍କ ଆପଣ ଦ୍ୱାରା ଦିଆଯାଇଥିବା ସୂଚନାକୁ ଯାଂଚ କରିବ ଓ ଏସଏମଏସ୍ ପଠାଇବ । ଆଉ ଏଥିରୁ ଜଣାପଡ଼ିଯିବ ଆପଣଙ୍କ ଖାତା ଆଧାର ଲିଙ୍କ୍ ହୋଇଯିବ ।

ଏହା ବ୍ୟତୀତ ନିଜ ବ୍ୟାଙ୍କର ୱେବସାଇଟକୁ ଯାଆନ୍ତୁ । ସେଠାରେ ଦିଆଯାଇଥିବା ଲିଙ୍କ୍ ଆଧାର ଯୋଡ଼ିବା ପାଇଁ ବିକଳ୍ପ ଚୟନ କରନ୍ତୁ । ଇଣ୍ଟରନେଟ୍ ବ୍ୟାଙ୍କିଂ ଚଳାଉଥିଲେ ପ୍ରଥମେ ଲଗ୍ ଇନ୍ କରନ୍ତୁ । ନିଜର ଆଧାର ନମ୍ବର ଭରି ସବମିଟ୍ ବଟନ୍ ଦବାନ୍ତୁ । ଆଧାର ସହ ଲିଙ୍କ୍ ହେବା ପରେ ହିଁ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏସଏମଏସ୍ ଆସିଯିବ କିମ୍ବା ଇମେଲ ଆସିଯିବ । ଏହାସହ ଏଟିଏମ୍ କାର୍ଡ଼ ମେସିନରେ ନିଜ ପିନ୍ ଦିଅନ୍ତୁ । ଏହାପରେ ରେଜିଷ୍ଟ୍ରେସନ୍ ବିକଳ୍ପରେ କ୍ଲିକ୍ କରନ୍ତୁ । ଏହାପରେ ଆଧାର ରେଜିଷ୍ଟ୍ରେସନର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଆଉ ତା’ରେ ସେଭିଂ ଆକାଉଂଟ କିମ୍ବା କରେଣ୍ଟ ଆକାଉଂଟରେ କ୍ଲିକ୍ କରନ୍ତୁ । ଆଉ ଏହାପରେ ଲେଖନ୍ତୁ ଆଧାର ନମ୍ବର । ତେବେ ଏସବୁ ପ୍ରକ୍ରିୟା ଶେଷ କରିବା ପରେ ଆପଣଙ୍କ ବ୍ୟାଙ୍କ୍ ଖାତା ସହ ଆଧାର ଲିଙ୍କ୍ ହୋଇଯିବ ।