‘ବାହୁବଲୀ ୨’ର ଅଭୂତପୂର୍ବ ସଫଳତା ! ସିନେମା ଦେଖିବା ପାଇଁ ଉଡାଜାହାଜରେ ଆସିଲେ ୪୦ ବାଙ୍ଗଲାଦେଶୀ ପ୍ରଶଂସକ

0

‘ବାହୁବଲୀ ୨’ ପାଇଁ ଦର୍ଶକ ପାଗଳ ପ୍ରାୟ । ମଙ୍ଗଳବାର ଦିନ ‘ବାହୁବଲୀ ୨’ ଦେଖିବା ପାଇଁ ପାଖାପାଖିି ୪୦ ବାଙ୍ଗଲାଦେଶୀ ପ୍ରଶଂସକ ଉଡାଜାହାଜରେ କୋଲକାତା ପହଞ୍ଚିଛନ୍ତି । କୌଣସି ସିନେମା ପାଇଁ ଏପରି ପାଗଳାମୀ ପ୍ରଥମ ଥର ପାଇଁ ଦେଖିବା ପାଇଁ ମଳିଛି ।

ଏଇଠି କହିରଖୁଛୁ ଗତ ଶୁକ୍ରବାର ରିଲିଜ ହୋଇଥିବା ଏହି ସିନେମା ବକ୍ସ ଅଫିସର ସବୁ ରେକର୍ଡ ଭାଙ୍ଗି ସାରିଛି । ଏହି ବାଙ୍ଗଲାଦେଶୀ ପ୍ରଶଂସକଙ୍କ କହିବା ଅନୁସାରେ ଆମେ ପୁରା ୨ ବର୍ଷ ଏହି ସିନେମାକୁ ଦେଖିବା ପାଇଁ ଅପେକ୍ଷା କରିଛୁ । ତେଣୁ ସେମାନେ ସକାଳେ ଫ୍ଲାଇଟରେ ଆସିଥିଲେ ଯେପରି ସନ୍ଧ୍ୟାରେ କୋଲକାତା ପହଞ୍ଚି ସନ୍ଧ୍ୟାର ସୋ’ ଦେଖିପାରିବେ ।

Comments are closed.