ପୁରୀରୁ ଉଦ୍ଧାର ହୋଇଥିବା ବାଲାଂଦେଶୀ ନାବାଳକର ବିସ୍ଫୋରକ ବୟାନ : ଖୋର୍ଦ୍ଧା ‘ଆଶା କିରଣ’ ଅନୁଷ୍ଠାନରେ ଦିଆଯାଉଥିଲା ନିର୍ଯାତନା

32

କନକ ବ୍ୟୁରୋ : ବାଲାଂଦେଶ ନାବାଳକକୁ ନିର୍ଯାତନା ଅଭିଯୋଗ । ୪ ଦିନ ତଳେ ପୁରୀ ଷ୍ଟେସନରୁ ଉଦ୍ଧାର ହୋଇଥିବା ନାବାଳକ ଦେଇଛି ବିସ୍ଫୋରକ ବୟାନ । କିପରି ଖୋର୍ଦ୍ଧାର ଜଟଣୀରେ ଥିବା ‘ଆଶା କିରଣ’ ନାମକ ଅନୁଷ୍ଠାନରେ ନିର୍ଯାତନା ଦିଆଯାଇଥିଲା, ପୁରୀ ସିଡବ୍ଲୁସି ନିକଟରେ ବଖାଣିଛି ଏହି ନାବାଳକ ।

ନାବାଳକର ଅଭିଯୋଗ ଅନୁସାରେ ଆଶା କିରଣ ଅନୁଷ୍ଠାନର ମୁଖ୍ୟ ହୋଚିମିନ ଶାସ୍ତ୍ରୀଙ୍କୁ ନୋଟିସ ଜାରି କରିଛି ସିଡବ୍ଲୁସି । ନିର୍ଯାତନାରେ ନାବାଳକର ଗୋଡ ଭାଙ୍ଗିଯାଇଛି । ପୁରୀରେ ଜିଆରପି ପୁଲିସ ତାକୁ ଆହତ ଅବସ୍ଥାରେ ଉଦ୍ଧାର କରିବା ପରେ ଏବେ ତାକୁ ଜିଲ୍ଲା ସିଡବ୍ଲୁସି ହେପାଜତରେ ରଖାଯାଇଛି ।

ନାବାଳକ ଜଣକ କହିଛି, ନିର୍ଯାତନା ସହି ନପାରି ଆଶା କିରଣ ଅନୁଷ୍ଠାନରୁ ଖସିି ପଳାଇ ଆସିଥିଲା । କେବଳ ତାକୁ ନୁହେଁ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ମାଡ ମରାଯାଉଛି । ମହିଳାମାନଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ନାବଳକଙ୍କ ବୟାନ ପରେ ପୁରୀ ଶିଶୁ କଲ୍ୟାଣ କମିଟି ଖୋର୍ଦ୍ଧା ସିଡବ୍ଲୁସିକୁ ଚିଠି ଲେଖିଛି ।

ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି । ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଚିଠି ଦିଆଯାଇଛି । ନାବାଳକ ପୀଡିତ ଏବେ ଧିରେ ଧିରେ ସୁସ୍ଥ ହେଉଛି । ଏବେ ବି ସେ ସିଧା ଠିଆ ହୋଇ ଚାଲିବାକୁ ସକ୍ଷମ ହୋଇନି । ଏତେ ଦିନ ଧରି ଜଣେ ବାଲାଂଦେଶ ନାବାଳକକୁ କିପରି ଏକ ଅନୁଷ୍ଠାନ ରଖିଥିଲା, ଏ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ପୁରୀ ଶିଶୁ କଲ୍ୟାଣ କମିଟି ।