ଆସାମ ଭଳି ଓଡିଶାରେ ବି କାୟା ବିସ୍ତାର କରୁଛନ୍ତି ବାଙ୍ଗଲାଦେଶୀ ଶରଣାର୍ଥୀ : ସହଜରେ ତିଆରି କରୁଛନ୍ତି ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର

41

କନକ ବ୍ୟୁରୋ : ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ଦେଶର ରାଜନୀତି ଏବେ ସରଗରମ ହୋଇଛି । ଆସାମ ଭଳି ଓଡିଶାରେ ବି ବାଂଲାଦେଶ ଶରଣାର୍ଥୀ ସମସ୍ୟା କିଛି କମ ନୁହେଁ । ଓଡିଶାରେ ବି ଅନେକ ଜିଲ୍ଲାରେ ବଢୁଛି ଶରଣାର୍ଥୀ ସମସ୍ୟା । ଅନେକ ଅଂଚଳରେ ରାଜେନେତାମାନେ ବାଂଲାଦେଶ ଶରଣାର୍ଥୀଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ।

ବାଂଲାଦେଶରୁ କୋଲକାତା ଦେଇ ଓଡିଶା ଆସୁଛନ୍ତି ବାଂଲାଦେଶୀ ଆଉ ଏଠାରେ କିଛି ଦିନ ରହିବା ପରେ ସେମାନେ ରାଜନେତାଙ୍କ ଅସ୍ତ୍ର ପାଲଟିଯାଉଛନ୍ତି । ବଲାଙ୍ଗୀରରେ କିଛି ବଙ୍ଗଳା ଫେରିବାଲାଙ୍କ ସହ ଆମ ରିପୋର୍ଟର କଥା ହୋଇଥିଲେ । ଆଉ ସଂପୃକ୍ତ ଫେରିବାଲା ଯାହା କହିଥିଲେ ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶରଣାର୍ଥୀ ମାନଙ୍କୁ ଭୋଟର କାର୍ଡ, ରାସନ କାର୍ଡ ସହ ଘର ତିଆରି ପାଇଁ ଜାଗା ବି ଦିଆଯାଉଛି । ୧୦-୧୫ ବର୍ଷ ରହିବା ପରେ ସ୍ଥାନୀୟ ନେତାଙ୍କ ସହୟତାରେ ଆଧାର କାର୍ଡ, ରାସନ କାର୍ଡ କରାଯାଉଛି । ଘର ତିଆରି କରି ରହିଯିବାକୁ ମଧ୍ୟ ନେତାମାନେ କହୁଥବା ପଶ୍ଚିମବଙ୍ଗରୁ ଆସିଥିବା ଫେରିବାଲା ଆମ ପ୍ରତିନିଧିଙ୍କୁ କହିଛନ୍ତି ।

ମୁକୁଳା ପଡିଛି ସୀମା । ଆଉ ଏହି ସୀମା ଦେଇ ଆସାମ, ପଶ୍ଚିମବଙ୍ଗ ଦେଇ ଓଡିଶାରେ ପହଂଚୁଛନ୍ତି ବାଂଲାଦେଶୀ ଶରଣାର୍ଥୀ । ଆଉ ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନେ କିଛିବର୍ଷ ରହିବା ପରେ ଆବଶ୍ୟକ ଭୋଟର କାର୍ଡ, ରାସନ କାର୍ଡ ଓ ଆଧାର କାର୍ଡ ଅତି ସହଜରେ ହାସଲ କରୁଛନ୍ତି ।