ଅନ୍ତ ହେଲା ଆଫ୍ରୋଜାଙ୍କ ପ୍ରତୀକ୍ଷା

33

ଅନ୍ତ ହେଲା ପ୍ରତୀକ୍ଷା । ଆଉ ୧୩ ମାସ ପରେ ନିଜ ଘରକୁ ବାହୁଡିଛନ୍ତି ବାଂଲାଦେଶର ଝିଅ ଆଫ୍ରୋଜା ö ଗତବର୍ଷ ବାଂଲାଦେଶର ଏହି ନାବାଳିକାକୁ ରାଉରକେଲାରେ ଉଦ୍ଧାର କରାଯାଇଥିଲା । ତେବେ ଆଫ୍ରୋଜାର କାହାଣୀ ବଲିଉଡ କାହାଣୀ ଭଳି ଥିଲା ରୋମାଂଚକର ଓ ହୃଦୟ ବିଦାରକ ବି ।
ଭାକୁରା ଜିଲ୍ଲା ଆନନ୍ଦ ନଗରରେ ରୁହନ୍ତି ଆଫ୍ରୋଜାର ପରିବାର । ବାପାମାଆଙ୍କ ଏକମାତ୍ର ଅଲିଅଳ ଝିଅ । ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏକ ଦଲାଲ ଦମ୍ପତିଙ୍କ ବିଷ ଚକ୍ଷୁରେ ପଡିଗଲେ ଆଫ୍ରୋଜା । ପରିବାରକୁ ଆର୍ଥିକ ଅନାଟନରୁ ମୁକାଳିବା ପାଇଁ ବାଟ ଖୋଜୁଥିବା ଆଫ୍ରୋଜା, ଦଲାଲଙ୍କ ଲୋଭନୀୟ ପ୍ରତିଶ୍ରୁତିର ଶିକାର ହେଲେ । ଭଲ ଦରମାରେ କପଡା ମିଲରେ ଚାକିରି କରିବା ଲୋଭରେ ବାପା ମାଆଙ୍କୁ ନଜଣାଇ ଦଲାଲଙ୍କ ସହ ଘରୁ ପାଦ କାଢିଥିଲେ ସେ । ପ୍ରଥମେ ଜଳପଥରେ କୋଲକାତା, ପରେ ଟ୍ରେନରେ ଅହମଦାବାଦ ନେଉଥିବା ବେଳେ ଦଲାଲଙ୍କ ଚାଲ ବୁଝି ଯାଇଥିଲେ ଆଫ୍ରୋଜା । ବଡ ପାଟିରେ କନ୍ଦାକଟା ଓ ଚିତ୍କାର କରିବାରୁ ଆରପିଏଫ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା ।
ଆଫ୍ରୋଜା ଏବେ ତାଙ୍କ ଘରକୁ ଫେରିଛି ö ତେବେ ଏହି ମାମଲାରେ ସବୁଠୁ ବଡମ୍ବନାର ଘଟଣା ହେଉଛି, ତାଙ୍କୁ ଅହମ୍ମଦାବାଦରେ ବିକ୍ରି କରିବା ପାଇଁ ଆଣିଥିବା ଦଲାଲ ଦମ୍ପତି ଗଲେ କୁଆଡେ । ଦଲାଲକୁ ଆରପିଏଫ ଅଟକ ରଖି ଜିଆରପିକୁ ହସ୍ତାନ୍ତର କରିଥିଲା । ଏତେ ସମ୍ବେଦନଶୀଳ ଘଟଣାରେ କିପରି ଦଲାଲକୁୁ ଖସାଇ ଦେଲା ଜିଆରପି । ଯେଉଁ ପୁଲିସ କର୍ମଚାରୀ ଏଥିପାଇଁ ଦାୟୀ, କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ? ଏହା ହିଁ ବର୍ତମାନର ସବୁଠୁ ବଡ ପ୍ରଶ୍ନ ।